ଓଡିଶା ମୋଟର ଚାଳକ ସଂଘ, ଗୋରୁମହିଷାଣୀ ଶାଖା ଦ୍ବାରା ୧୫ ୟୂନିଟ ରକ୍ତ ସଂଗ୍ରହ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : କରୋନା ମହାମାରୀ ଦିତୀୟ ଲହରୀ ଯୋଗୁଁ ବିଭିନ୍ନ ଡାକ୍ତରଖାନାର ରକ୍ତ ଭଣ୍ଡାରରେ ରକ୍ତ ସଂକଟ ଦେଇଯାଇଛି । ଏହାକୁ ନଜରରେ ରଖି ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହ କରିବା ପାଇଁ ରକ୍ତଦାନ କାର୍ଯ୍ଯକ୍ରମ ମୟୂରଭଂଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଭଣୀ ଥାନା ଅନ୍ତର୍ଗତ ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଓଡିଶା ମୋଟର ଚାଳକ ସଂଘ ,ଗୋରୁମହିଷାଣୀ ଶାଖା ତରଫରୁ ଜିଲ୍ଲା ସଭାପତି ଲକ୍ଷ୍ମଣ ଟୁଡୂଙ୍କ ନେତୃତ୍ବରେ ଏକ ରକ୍ତଦାନ ଶିବିର ଆୟୋଜ଼ କରାଯାଇଥିଲା । ଏଥିର ୧୫ ଜଣ ଚାଳକ ରକ୍ତଦାନ କରିଥିଲେ ।ରକ୍ତ ସଂଗ୍ରହ ୟୂନିଟ କମ ହୋଇଥିଲେ ବି ଏହା କିଛି ମୂଲ୍ଯବାନ ଜୀବନ ବଞ୍ଚାଇବାରେ ସହାୟକ ନ ହେବ କିଏ କହି ପାରିବ?ମୋଟର ଚାଳକଙ୍କ ସାମାଜିକ କାର୍ଯ୍ଯକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।