ଓଡିଶା ମୋଟର ଚାଳକ ସଂଘ ,ଛତ୍ରପୁର ଶାଖାର ବାର୍ଷିକୋତ୍ସବ

ଛତ୍ରପୁର,(ଯୁଗାବ୍ଦ ନୁ୍ୟଜ୍) : ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ଛତ୍ରପୁର ଶାଖାର ବାର୍ଷିକୋତ୍ସବ ସ୍ଥାନୀୟ ଉଜଳେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ରବିବାର ସଂଘର ଉପସଭାପତି ସୂର୍ଯ୍ୟମଣୀ ଦୋରାଙ୍କ ପୌରହିତ୍ୟରେ ଅନୁÂିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଟି.ଚନ୍ଦ୍ର ଶେଖର ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରାଫିକ୍ ନିୟମ ମାନି ସଡକ ନିରାପତ୍ତା ଆଇନକୁ କଡାକଡି ପାଳନ କରି ଗାଡି ଚାଳନା କରିବା ପାଇଁ ସଂଘର ସମସ୍ତ ସଦସ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଘର ସଦସ୍ୟ ତଥା ଚାଳକ ପାଣ୍ଠିର ରାଜ୍ୟ ସଭାପତି ଦେବଦତ୍ତ ଡାକୁଆ ଯୋଗଦେଇ ସଂଘର ସଦସ୍ୟମାନଙ୍କ ବିଭିନ୍ନ ଉପକାରିତା ନିମନ୍ତେ ରାଜ୍ୟ ସଂଘ ଏକ ସହାୟତା ପାଣ୍ଠିର ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସଂଘର ବରିÂ ସଦସ୍ୟ ଭାସ୍କର ପ୍ରଧାନ, ଛତ୍ରପୁର ସଂଘର ସଂପାଦକ କାଳିଆ ବେହେରା, ହୁମ୍ମା ଶାଖାର ସଦସ୍ୟ ପଙ୍କଜ କୁମାର ନାହାକ, ଗଞ୍ଜାମ ଶାଖାର ସଭାପତି ଏ.ଭୀମ ରେଡ୍ଡି ଓ ସଂପାଦକ ଉମାଶଙ୍କର ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ