ଓଡିଶା ମୋଟର ଚାଳକ ସଂଘ ଛତ୍ରପୁର ଶାଖା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ଜିଲ୍ଲାପାଳଙ୍କୁ ଭେଟି ଦାବୀ ପତ୍ର

ଛତ୍ରପୁର, (ଓ୍ବାଇଏନ୍ଏସ୍):କରୋନା ଭୂତାଣୂକୁ ପ୍ରତିହିତ କରିବା ପାଇଁ ସରକାରଙ୍କ ନିୟମକୁ ସମ୍ମାନ ଜଣାଇ ମୋଟର ଚାଳକ ମାନେ ଦୀର୍ଘ ଦିନ ଧରି ଘରେ ବସି ଜିବିକା ନିର୍ବାହ ସକାଶେ ରୋଜଗାରରୁ ବଞ୍ଚିତ ହୋଇ ହତାଶ ପଡିଲେଣି । ପାରିବାରିକ ଚଳାଇବା କଷ୍ଟ ସାଧ୍ୟ ହୋଇଗଲାଣି ।ଲକ୍‌ଡାଉନ୍ ପାଇଁ ସବୁଠାରୁ ବିପଦରେ ଓ ଦୁର୍ଦ୍ଦଶାରେ ଜୀବନ ବିତାଉଥିବା ନିରାଶ୍ରୟ ଓଡିଶା ମୋଟର ଚାଳକ ସଂଘ ଛତ୍ରପୁର ଶାଖାର ସଦସ୍ୟ ମାନେ ଏଣୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ସଂଘ ପକ୍ଷରୁ ସଭାପତି ସୁର୍ଯ୍ୟମଣି ଦୋରାଙ୍କ ନେତୃତ୍ୱରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଲକ୍‌ଡାଉନ୍‌ରେ ଗାଡି ଗଡିବା ବନ୍ଦ ହୋଇଥିବାରୁ ସେମାନଙ୍କ ପରିବାରର ପ୍ରତିପୋଷଣରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ପକ୍ଷରୁ ରାସନ କାର୍ଡଧାରୀ ଏବଂ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲେ ମଧ୍ୟ ସେଥିରୁ ବାଦ ପଢିଛୁ ଆମ୍ଭେ ମାନେ ଏବଂ ଆଜି ଯାଏଁ ସରକାର ଦୃଷ୍ଟି ଆମ୍ଭ ଉପରେ ପଢିନାହିଁ । ଆମ୍ଭେ ମାନେ ଦୈନିକ କୋଠର ପରିଶ୍ରମ କଲେ ହିଁ ଆମ୍ଭ ପରିବାର ଦୁଇଉଳା ଦୁଇମୁଠା ଖାଇବାକୁ ପାଇପାରୁ ତୃତୀୟ ପର୍ଯ୍ୟାୟ ଲଡ ଡାଉନ ଶେଷ ହୋଇ ଆଜି ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ଆରମ୍ଭ ହୋଇଛି ଏହାକୁ ଦୃଷ୍ଟିରେ ରଖି ଆମ୍ଭ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଓଡିଶା ମୋଟର ଚାଳକ ସଂଘ ଛତ୍ରପୁର ଶାଖା । ଏହି ଦାବୀ ପତ୍ର ପ୍ରଦାନ ବେଳେ ସଂପାଦକ ରସିଦ ଖାନ୍ , କାଳିଆ ବେହେରା, ଅଶ୍ୱିନୀ କୁମାର ପାତ୍ର, ପାର୍ଥ ସାରଥୀ ଧଳ, ପ୍ରଭାତ ବେହେରା, ସତ୍ୟ ନାରାୟଣ ପଣ୍ଡା, ଙ୍କ ସମେତ ସଂଘର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ