ଓଡିଶା ମୋ ପରିବାର ପକ୍ଷରୁ ଛତ୍ରପୁର ଠାରେ ରକ୍ତଦାନ ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଓଡିଶା ମୋ ପରିବାର ଆନୁକ୍ୟଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହା ସହ ରାଜ୍ୟର ରକ୍ତ ଭଣ୍ଡାର ଗୁଡିକରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଓଡିଶା ମୋ ପରିବାର ସଦା ସର୍ବଦା ନିଜର ପ୍ରଚେଷ୍ଠା ଜାରି ରଖିଛି । ଯାହାର ଫଳ ସ୍ୱରୁପ ବର୍ତ୍ତମାନ ସମସ୍ତ ରକ୍ତ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ଗଚ୍‌ଛିତ ହୋଇ ରହିଛି । ଯାହା ଦ୍ୱାରା ରୋଗୀଙ୍କୁ ରକ୍ତର ଅଭାବ ପରିଲକ୍ଷିତ ହେଉନାହିଁ । ସେହିପରି ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବିର ଗୁଡିକରେ ଯୁବ ପିଢୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିବା ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ଅବସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜୀବନ ବିନ୍ଦୁର ସଂଯୋଜକ ସୁବାସ ମହାରଣା, ରୁଦ୍ର ସାମନ୍ତରାୟ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଓ ଆଦିକନ୍ଦ ସେଠୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡି, ପୂର୍ବତନ ସାଂସଦ ପ୍ରତିନିଧି ଜି. ପାପା ରାଓ, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଛତ୍ରପୁର ବିଜେଡି ନଗର ସଭାପତି ବି. ରାଜିବାବୁ, ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ପୂର୍ବତନ ସାଂସଦ ପ୍ରତିନିଧି ସୁଧିର ପାଢୀଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବହୁ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ବ୍ରହ୍ମପୁର ରକ୍ତ ଭଣ୍ଡାରର ବହୁ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ