ଓଡିଶା ରାଜସ୍ୱ ଅମଲାସଂଘ ଗଞ୍ଜାମ ଶାଖା ପକ୍ଷରୁ ୪ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଓଡିଶା ରାଜସ୍ୱ ଅମଲା ସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ୪ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି । ବର୍ଦ୍ଧିତ ମହଙ୍ଗା ଭତ୍ତା ୫ ପ୍ରତିଶତ ଜାନୁୟାରୀ ୨୦୨୦ ପରିବର୍ତ୍ତେ ୧. ଜୁଲାଇ .୨୦୧୯ ତାରିଖରୁ ଲାଗୁ କରାଯାଉ, ୬୦ ପ୍ରତିଶତ ପୁନଃ ବକେୟା ରାଶି ପ୍ରଦାନ, ମୃତ ସରକାରୀ କର୍ମଚାରୀଙ୍କ ପରିବାର ବର୍ଗକୁ ପୁନଃ ଥଇଥାନା ଗ୍ରୁପ୍ ଡି’ ପରିବର୍ତ୍ତେ ଯୋଗ୍ୟତା ଭିତ୍ତିକ ନିଯୁକ୍ତି ଦିଆଯାଉ ଏବଂ ଘରଭଡା ଭତ୍ତା କେନ୍ଦ୍ର କର୍ମଚାରୀଙ୍କ ଭଳି ରାଜ୍ୟ କର୍ମଚାରୀଙ୍କୁ ପ୍ରଦାନ କରାଯାଉ ବୋଲି ଉକ୍ତ ଦାବି ପତ୍ରରେ ଅମଲା ସଂଘ ପକ୍ଷରୁ ଉଲ୍ଲେଖ ରହିଛି । ଅମଲା ସଂଘ ଗଂଜାମ ଜିଲ୍ଲା ଶାଖାର ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ଚୌଧୂରୀ, ଉପସଭାପତି ଉଦୟ ଦାଶ, କାର୍ଯ୍ୟକାରୀ ସଂପାଦକ ଅବିନାଶ ପାଣିଗ୍ରାହୀ, ଅଫିସ ସଂପାଦକ ରାଜୀବ ଲୋଚନ ପଣ୍ଡିତ, କେ,ସୁରେଶ କୁମାର ରେଡ୍ଡୀ, ବିଭୁପ୍ରସାଦ ତ୍ରିପାଠୀ, କୃପାସିନ୍ଧୁ ସ୍ୱାଇଁ, ଆଲେୟା ରେଡ୍ଡି, ଦିପ୍ତି ରଞ୍ଜନ ବେହେରା ଓ ରମାକୃଷ୍ଣ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।