ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ରାସନକାର୍ଡରେ ଅନ୍ତର୍ଭୁକ୍ତ କରିବା ପାଇଁ ଖାଦ୍ୟ ଯୋଗାଣ ସଚିବଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁଦାବି ପତ୍ର ପ୍ରଦାନ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ରାସନକାର୍ଡରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବଙ୍କ ଉଦ୍ଦେଶ୍ୟରେ ଏଆଇଟିୟୁସି ଅନୁବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସମନ୍ୱିତ ଶିଶୁ ବିକାଶ ଯୋଜନାରେ ବିଭିନ୍ନ ସ୍କିମ୍‌ରେ କର୍ମୀ, ସହାୟିକା ଓ ମିନି ଅଙ୍ଗନବାଡି କର୍ମୀଙ୍କ ଆଧାର ସଂଯୋଗ ଫଳରେ ରାସନକାର୍ଡରୁ ନାମ ବଳେ ବଳେ କଟିଯାଇଛି । ଯାହା ଫଳରେ କି ହଜାର ହଜାର କର୍ମୀ ସହାୟିକା ରାସନକାର୍ଡରୁ ପାଉଥିବା ସୁବିଧାରୁ ବଞ୍ଚିତ ହେଉଛନ୍ତି । ଅନ୍ୟପକ୍ଷରେ ସରକାର ଅଙ୍ଗନବାଡି କର୍ମୀ, ସହାୟିକା ଓ ମିନି ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେଇନାହାନ୍ତି । ଏମାନଙ୍କୁ ସରକାର ସ୍ୱେଚ୍ଛାସେବୀ ବୋଲି କହି ଦରମା ପରିବର୍ତ୍ତ ପ୍ରୋତ୍ସାହନ ରାଶି ଓ ଭତ୍ତା ପ୍ରଦାନ କରୁଛନ୍ତି । ତେଣୁ ବାସ୍ତବତାକୁ ବିଚାରକରି ରାସନକାର୍ଡ ନିମନ୍ତେ କମ୍ପ୍ୟୁଟରରେ ଏନ୍‌ଆଇସି ଦ୍ୱାରା ଅପ୍‌ଲୋଡ୍ କରାଯାଇ ଡାଟାର ସଂଶୋଧନ କରି ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ପୁଣିଥିରେ ଏଥିରେ ସାମିଲ କରିବା ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବଙ୍କ ଉଦ୍ଦେଶ୍ୟରେ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ ହୋଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଏଆଇଟିୟୁସିର କାର୍ଯ୍ୟକାରୀ ସଭାପତି ପ୍ରବୀଣ ଦାଶଙ୍କ ନେତୃତ୍ୱରେ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘର ଜିଲ୍ଲା ସଂପାଦିକା ନର୍ମଦା ନାହାକ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟା ବାସନ୍ତି ତ୍ରିପାଠୀ, ସାକମ୍ବରୀ ବାରିକ, ଏମ୍‌.ଦମୟନ୍ତୀ ଦୋରା, ରିତାଞ୍ଜଳୀ ଦାଶ, ସବିତା ଦେବୀ ଏବଂ ଟି.ବାଲାମ୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ