ଓଡିଶା ର ବିଭିନ୍ନ ଜିଲ୍ଲାରେ କରୋନୋ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ବର୍ତମାନ ଏହି ସଂଖ୍ୟା ୨୮୫୬ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଗଂଜାମ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୯୮ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ୩୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୨୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତସେହିପରି ଭାବେ ବାଲେଶ୍ୱର ଜିଲ୍ଲୀରେ ୧୯୦, କେନ୍ଦ୍ରାପଡା ଜିଲ୍ଲାରେ ୧୬୬ ଓ କଟକ ଜିଲ୍ଲାରେ ୧୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭଦ୍ରକ ଜିଲ୍ଲାରେ ୧୪୦, ବଲାଙ୍ଗୀର ଜିଲ୍ଲାରେ ୧୨୧ ଜଣ ତଥା ପୁରୀ ଜିଲ୍ଲାରେ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରେ ୮୯, ସୁନ୍ଦରଗଡ ଜିଲ୍ଲାରେ ୯୯ ଓ ନୟାଗଡ ଜିଲ୍ଲାରେ ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ନୂଆପଡା ଜିଲ୍ଲାରେ ୬୯ ଜଣ, ମୟୁରଭଂଜ ଜିିଲ୍ଲାରେ ୭୦ ଜଣ ଓ ଗଜପତି ଜିଲ୍ଲାରେ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ବିଭାଗ ପକ୍ଷରୁ କୁହା ଯାଇଛି ଯେ ବୌଦ୍ଧ ଜିଲ୍ଲାରେ ୩୪, ଢେଙ୍କାନାଳ ଜିଲ୍ଲାରେ ୩୫ ତଥା ଦେବଗଡ ଜିଲ୍ଲାରେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।କେନ୍ଦୁଝର ଜିଲ୍ଲାରେ ୩୩, ଅନୁଗୁଳ ଜିଲ୍ଲାରେ ୩୩ ଓ ସୋନପୁର ଜିଲ୍ଲାରେ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ୨୫, କଳାହାଣ୍ଡି ଜିଲ୍ଲାରେ ୨୭ ତଥା ମାଲକାନଗିରି ଜିଲ୍ଲାରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସମ୍ବଲପୁର ଜିଲ୍ଲାରେ ୧୬, ବରଗଡ ଜିଲ୍ଲାରେ ୧୬ ଓ କୋରାପୁଟ ଜିଲ୍ଲାରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାରେ ୮, ରାୟଗଡା ଜିଲ୍ଲାରେ ୨ ଓ ନବରଙ୍ଗପୁର ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ