ମଧ୍ୟ ପ୍ରଦେଶରେ ୪୦୦ ପାର କଲା କରୋନା ମୃତ୍ୟୁ ସଂଖ୍ୟା
ଭୋପାଳ: ମଧ୍ୟପ୍ରଦେଶରେ କରୋନାର ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ କମ୍ ଆସୁଛି । ଯାହା ବର୍ତମାନ ୬୫.୩ ରିକଭରି ରେଟ୍ ରହିଛି । କିନ୍ତୁ ନୂଆ ମାମଲା କମ୍ ଦେଖାଯାଉନାହିଁ । ରାଜ୍ୟରେ ୪୦୨ ଜଣ କରୋନାରେ ମୃତ୍ୟୁବରଣ କଲେଣି । ଯାହାକି ୫ ଜିଲ୍ଲାରେ ଏବେ ୯୮ ନୂଆ ମାମଲା ସାମନାକୁ ଆସିଛି । ଏହା ବାଦ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୯୩୨୬ ରେ ପହଂଚିଛି । ରାଜ୍ୟରେ ଏବେ ସୁଦ୍ଧା ୬୧୦୮ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଇନ୍ଦୋରର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଏମ.ପି. ଶର୍ମା ରବିବାରକୁ କହିଛନ୍ତି ଯେ, ଏମଜିଏମ ମେଡ଼ିକାଲ କଲେଜ ଦ୍ୱାରା ଶନିବାର ବିଳମ୍ବିତ ରାତିରେ ୧୬୧୯ ସାମ୍ପଲର ରିପୋର୍ଟ ଯାଂଚ କରିଥିଲେ, ଯେଉଁଥିରେ ୨୭ ପଜିଟିଭ ରୋଗୀ ମିଳିଥିଲେ । ଏହା ବାଦ ଜିଲ୍ଲାରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୭୪୯ ହୋଇଛି । ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଜଣେ ୭୧ ବର୍ଷୀୟ ହୋଇଥିବା ବେଳେ ଆଉ ଜଣେ ୬୨ ବର୍ଷୀୟ ସହିତ ଜଣେ ୨୩ ବର୍ଷୀୟ ଯୁବକ ସାମିଲ ଅଛନ୍ତି । ଇନ୍ଦୋରରେ କରୋନାରେ ମୃତ୍ୟୁବରଣ କରିଥିବା ସଂଖ୍ୟା ୧୫୬ରେ ପହଂଚିଛି । ଭୋପାଳର ମୁଖ୍ୟ ଚିକିତସା ଅଧିକାରୀ ଡାକ୍ତର ପ୍ରଭାକର ତିୱାରୀଙ୍କ କହିବା ଅନୁସାରେ ରବିବାର ସକାଳେ ପ୍ରାପ୍ତ ରିପୋର୍ଟରେ ୫୦ ନୂଆ ମାମଲା ସାମନାକୁ ଆସିଛି । ଏହାବାଦ ନିମଚରେ ୮ ଜଣ, ରାଜଗଡ଼ରେ ୭ ଓ ଉଜ୍ଜୟିନିରେ ୬ ଜଣ ପଜିଟିଭ ଅଛନ୍ତି ।
ଏହି ୯୮ ନୂଆ ମାମଲା ସହିତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୯୩୨୬ ଅଟେ । ଏଥିରେ ସବୁଠାରୁ ଅଧିକ ଇନ୍ଦୋରରୁ ୩୭୪୯, ଭୋପାଳରେ ୧୭୮୩, ଉଜ୍ଜୟିନିରେ ୭୨୫, ଖଣ୍ଡୱାରେ ୨୬୦, ବୁରହାନପୁରରେ ୩୩୧, ଜବଲପୁରରେ ୨୬୮, ଖରଗୋନରେ ୧୮୪, ଧାର ରେ ୧୨୮, ଗ୍ୱାଲିୟରରେ ୧୮୬, ନୀମଚରେ ୩୧୬, ମନ୍ଦସୌରରେ ୯୪, ସାଗରରେ ୨୨୩, ମୁରୋନାରେ ୧୦୭, ଦେୱାସରେ ୧୨୨, ରାୟସେନରେ ୬୯, ଭିଣ୍ଡରେ୮୪, ବଡ଼ୱାନୀରେ ୫୪, ହୋସଙ୍ଗାବଦାରେ ୩୭, ରତଳାମରେ ୫୧, ରୀୱାରେ ୩୬, ବିଦିଶାରେ ୩୭, ବୈତୁଲରେ ୩୫, ସତନାରେ ୨୨, ଛତରପୁରରେ ୩୪, ଡିଣ୍ଡୋରୀରେ ୨୯, ଦମୋହରେ ୨୬, ଆଗରମାଲୱରେ ୧୪, ଝାବୁଆରେ ୧୩, ଅଶୋକନଗରରେ ୧୩, ସାଜାପୁରରେ ୩୧, ସିଦ୍ଧିରେ ୧୭, ସିଂଗରୋଲିରେ ୧୨, ଦତିଆରେ ୧୧, ଶହଡୋଲରେ ୧୩, ବାଲାଘାଟରେ ୭, ସୁପୁରରେ ୨୭, ଶିବପୁରୀରେ ୧୬, ଟିକମଗଡ଼ରେ ୧୫, ଛିନ୍ଦୱାଡ଼ାରେ ୧୬, ନରସିଂହପୁରରେ ୧୭, ସିହୋରରେ ୧୧, ଉମରିଆରେ ୧୦, ପନ୍ନାରେ ୨୦, ଅଲିରାଜପୁରରେ ୦୩, ଅନୁପୁରରେ ୨୩, ହରଦାରେ ୩, ରାଜଗଡ଼ରେ ୨୭, ଗୁନାରେ ୭, ମଂଡଲାରେ ୫, ସିବନୀରେ ୨ ଏବଂ କଟନୀରେ ୩ ରୋଗୀ ସାମିଲ ହୋଇଛନ୍ତି । ଇନ୍ଦୋରରେ ତିନିଜଣଙ୍କ ମୃତ୍ୟୁ ପରେ ରାଜ୍ୟର କରୋନାରେ ମୃତ୍ୟୁବରଣ କରିଥିବା ସଂଖ୍ୟା ୪୦୨ ହୋଇଛି । ମୃତକଙ୍କ ମଧ୍ୟରେ ସବୁଠାରୁ ଅଧିକ ଇନ୍ଦୋରରେ ୧୫୬, ଭୋପାଳରେ ୬୧, ଉଜ୍ଜୟିନିରେ ୬୨, ବୁରହାନପୁରରେ ୧୭, ଖଣ୍ଡୱାରେ ୧୫, ଜବଲପୁରରେ ୧୦, ଖରଗୋନରେ ୧୩, ଗ୍ୱାଲିୟରରେ ୨, ଧାର ରେ ୪, ମନ୍ଦସୋରରେ ୮, ନୀମଚ ରେ ୫, ସାଗରରେ ୧୦, ଦେବାସରେ ୯, ରାୟସେନରେ ୩, ହୋସଙ୍ଗାବାଦରେ ୩, ସତନା ରେ ୨, ଆଗର ମାଲୱାରେ ୧, ଝାବୁଆରେ ୧, ଅଶୋକ ନଗରରେ ୧, ସାଜାପୁରରେ ୧, ଦତିଆରେ ୧, ଛିନ୍ଦୱାଡ଼ାରେ ୧, ସିହୋରରେ ୨, ଉମରିଆରେ ୧, ରତଲାମରେ ୪, ବଡ଼ବାନୀରେ ୧, ମୁରେନାରେ ୧, ରାଜଗଡ଼ରେ ୩, ସୋପୁରରେ ୨, ଟିମକଗଡ଼ରେ ୧ ଏବଂ ମଣ୍ଡାଳାରେ ଜଣେ ବ୍ୟକ୍ତି ସାମିଲ ଅଛନ୍ତି । ରାଜ୍ୟରେ ଏବେ ୬୧୦୮ ରୋଗୀ କରୋନାରୁ ଭଲ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରୀୟ ସଂକ୍ରମଣ ୨୮୧୯ ରହିଛି ।


