ଓଡିଶା ଲୋକାୟୁକ୍ତ ଅଧ୍ୟକ୍ଷ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରସାଶନ ସହ ଆଲୋଚନା
ଛତ୍ରପୁର, ,(ଯୁଗାବ୍ଦ ନ୍ୟୁଜ୍) : ଓଡିଶା ଲୋକଆୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ୍ ସିଂ ଲୋକାୟୁକ୍ତ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାକୁ ଗସ୍ତ ବେଳେ ଶୁକ୍ରବାର ଗଂଜାମ ଜିଲ୍ଲା ଛତ୍ରପୁର ସର୍କିଟ ହାଉସ ପହଞ୍ଚିଥିଲା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଲୋକାୟୁକ୍ତର ଅଧ୍ୟକ୍ଷ ଜଷ୍ଟିସ୍ ଶ୍ରୀ ସିଂ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଂଜାମ ଏସ୍ପି ବ୍ରିଜେଶ୍ କୁମାର ରାଏଙ୍କ ସହିତ ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଲୋକାୟୁକ୍ତର ଜୁଡିସିଅଲ ସଦସ୍ୟ ଜଷ୍ଟିସ୍ ବି.କେ.ନାୟକ, ଲୋକାୟୁକ୍ତର ସଦସ୍ୟ ଡ.ଦେବବ୍ରତ ସ୍ୱାଇଁ ଓ ଡ.ଆର୍.ପି.ଶର୍ମା ଉପସ୍ଥିତ ଥିଲେ । ଲୋକାୟୁକ୍ତ ଅଧ୍ୟକ୍ଷଙ୍କୁ ସ୍ୱାଗତ ବେଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ବିଡିଓ ଅମ୍ବିକା ପ୍ରସାଦ ଦାଶ ଏବଂ ଜୁଡିସିଅଲ ବିଭାଗର ଛତ୍ରପୁର ଏସ୍ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ, ସରକାରୀ ପିପି ତ୍ରିଲୋଚନ ପରିଡା, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ୍, ରିଜର୍ଭ ଇନ୍ସପେକ୍ଟର ଗଙ୍ଗାଧର ଧାଙ୍ଗର, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ସମେତ ବହୁ ପ୍ରଶାସନିକ ଓ ପୁଲିସ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।