ଓଡିଶା ଶିଳ୍ପ ବିକାଶ ମାନଚିତ୍ରରେ କଳିଙ୍ଗନଗର ଇସ୍ପାତ କରିଡର

ହଳଧର ଧୀର

ପ୍ରକୃତିର ମାଟି, ପାଣି, ପବନ, ପ୍ରାକୃତିକ ସମ୍ପଦକୁ ବିନିଯୋଗ କରି ବିଭିନ୍ନ ଶିଳ୍ପମାନ ସ୍ଥାପିତ ହୋଇଛି ଆମଦେଶରେ । ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଶିଳ୍ପ ବିପ୍ଳବ ପାଇଁ ନିତୀ ନିର୍ଦ୍ଧାରଣ କରି ବ୍ୟାପକ କାର୍ଯ୍ୟପନ୍ଥାମାନ ଗ୍ରହଣ କରି ଆସୁଛନ୍ତି । ଓଡିଶା ରାଜ୍ୟର ପ୍ରଥମ ଇସ୍ପାତ ଶିଳ୍ପ ରାଉରକେଲା ଷ୍ଟିଲ ପ୍ଳାଣ୍ଟ ଠାରୁ ଆରମ୍ଭ କରି ଅନ୍ୟାନ ଶିଳ୍ପମାନ ସ୍ଥାପନ କରାଯାଇ ପାରିଛି । ଶିଳ୍ପ ପ୍ରତିଷ୍ଠା ରାଜ୍ୟ ସରକାରଙ୍କ ବିକାଶର ଏକ ମାଇଲ ଖୁଣ୍ଟ ।
ସମୟ ବଡ ବିଚିତ୍ର, ସାରାଜଗତ ତାର ନିୟନ୍ତ୍ରଣରେ । ଆଉ ପ୍ରକୃତି ତାର ନିଜସ୍ୱ ଧର୍ମ ପାଳନ କରି ଆସୁଛି । ପ୍ରାକୃତିକ ଶୋଭାରେ ମହିମା ମଣ୍ଡିତ ଓଡ଼ିଶାକୁ ପ୍ରକୃତିର ଅବଦାନ ଅନବିଦ୍ୟ । ପ୍ରକୃତିର ଦାନ ଓଡିଶା ପାଇଁ ବରଦାନ ସଦୃଶ । ଏହି ପ୍ରାକୃତିକ ସମ୍ପଦରେ ଭରା ଓଡିଶାକୁ ଦିନେ ଶିଳ୍ପ ସମୃଦ୍ଧ କରିବାର ସ୍ୱପ୍ନ ଦେଖିଥିଲେ ଝଡର ଇଗଲ, ମାଟିରମୂର୍ତ୍ତିକାର କଳିଙ୍ଗରଥର ଯୋଦ୍ଧା ପୁରୁଷ, ମଣିଷ ଓ ମାଟିକୁ ଭଲ ପାଉଥିବା ଦୃଢ ସଂକଳ୍ପବାଦୀ ବ୍ୟକ୍ତିତ୍ୱ, ବିଶ୍ୱଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଉ ଆମ ଜନନୀ ଜନ୍ମଭୂମିର ଗୌରବ ବୃଦ୍ଧି କରିଥିବା ସେହି ମହାନ ବ୍ୟକ୍ତିତ୍ୱ, ଆମ୍ଭମାନଙ୍କର ନମସ୍ୟ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ମଖ୍ୟମନ୍ତ୍ରୀ, ସ୍ୱର୍ଗତ ବିଜୁପଟ୍ଟନାୟକ । ସେହି ଦୃଢ଼ ସଂକଳ୍ପବାଦୀ ବଜ୍ର ପୁରୁଷ ତାଙ୍କର ସ୍ୱପ୍ନକୁ ସାକାର ମଧ୍ୟ କରିଥିଲେ । ତାର ଫଳଶ୍ରୁତି ଆଜିର କଳିଙ୍ଗନଗର, ଓଡିଶାର ଇସ୍ପାତ ରାଜଧାନୀ କଳିଙ୍ଗନଗର, ଯାଜପୁର ଜିଲ୍ଲାର ସୁକିନ୍ଦା, ତ୍ରୀଜଙ୍ଗାଦାନଗଦୀ, ବ୍ୟାସନଗର ଓ ସୁକିନ୍ଦା ତହସିଲ ଅଞ୍ଚଳକୁ ନେଇ ମଥା ଟେକି ଛିଡା ହୋଇଛି ବୃହତ ଇସ୍ପାତ ଶିଳ୍ପପୁଞ୍ଜ । ତାର ଆବଶ୍ୟକତା ପୁରଣ କରୁଛି କ୍ରୋମ୍ ଓ ଲୌହ ଖଣିଜ ସମ୍ପଦ । ଯାହା ଫଳରେ ଶିଳ୍ପପତିମାନେ ଉପକୃତ ହେଉଛନ୍ତି । ଦୃତଗତିରେ ସେମାନଙ୍କର ଆର୍ôଥକ ଅଭିବୃଦ୍ଧି ଘଟୁଛି । ସରକାର ମଧ୍ୟ ନିଜର ଆତ୍ମବଡିମା ଦେଖାଇଲେ ଆଉ କିଛି ସ୍ୱଳ୍ପ ରାଜସ୍ୱ ମଧ୍ୟ ପାଇଲେ । ଶିଳ୍ପପତିମାନେ ଜନକଲ୍ୟାଣ ପାଇଁ ନିଜର ଉତ୍ତର ଦାୟିତ୍ୱକୁ ଭୂଲି ଗଲେ । ଅପର ପକ୍ଷରେ ଶିଳ୍ପପତିମାନେ ପାଣି, ପବନ, ଭୂମି, ପ୍ରକୃତି ରୂପି ଜଙ୍ଗଲ ଓ ଖଣିଜ ସମ୍ପଦର ଅଧିକାରୀ ହୋଇଗଲେ ।
ଶିଳ୍ପ ପାଇଁ ନିଜର ଭିଟାମାଟି ହରାଇଥିବା, ଲୋକମାନଙ୍କର ଶିଳ୍ପ ପ୍ରତିଷ୍ଠା ପାଇଁ ଥିବା ସେମାନଙ୍କର ଉତ୍ସର୍ଗୀକୃତ ତ୍ୟାଗ ଓ ନିଷ୍ଠାକୁ ଶିଳ୍ପପତିମାନେ ଭୁଲିଗଲେ । ଶିଳ୍ପ ସମୃଦ୍ଧି ଓ ଗମନାଗମନ ଲାଗି ରାସ୍ତା ଓ ଇସ୍ପାତ କରିଡର ନିର୍ମାଣ ପାଇଁ ଜମି ହରାଇଥିବା ଲୋକମାନଙ୍କର ସ୍ୱାର୍ଥ ପ୍ରତି ସରକାର, ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ଶିଳ୍ପ ପତିମାନେ କିପରି ଅଣଦେଖାକରି ଗାନ୍ଧିଜୀଙ୍କର ତିନିମାଙ୍କଡ଼ର ଭୂମିକା ଗ୍ରହଣ କରି ଲୋକମାନଙ୍କ ପାଇଁ ଗାନ୍ଧିଜୀ ଦେଖିଥିବା ସ୍ୱପ୍ନକୁ ଜାଣିଶୁଣି ଭୁଲି ଗଲେ କିପରି ? ତାହା ପ୍ରକୃତରେ ବ୍ୟଥିତ କରିଛି ଶିଳ୍ପପୁଞ୍ଜ ପାଖରେ ଥିବା ଅସହାୟ ଅଞ୍ଚଳବାସୀଙ୍କୁ । ତଥାପି ଶିଳ୍ପ ପ୍ରତିଷ୍ଠା ହେଉ ବୋଲି ସରକାରଙ୍କୁ ସମର୍ଥନ ଜଣାଇ ଆସୁଛନ୍ତି ଅଞ୍ଚଳବାସୀ । ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧା ଓ ବିଶା୍ୱସ ଅତୁଟ ରଖିଛନ୍ତି । କଳିଙ୍ଗନଗର ଇସ୍ପାତ ରଜଧାନୀର ମାନଚିତ୍ରରେ ଆଉ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିବାକୁ ଯାଉଛି ଜନଗଣଙ୍କର ଜୀବନରେଖା, ଅର୍ଥନୀତି ଅଭିବୃଦ୍ଧିର ବର୍ଣ୍ଣବିଭା । ରାଜ୍ୟ ଅର୍ଥନୀତି ଓ ଆନ୍ତଃ ରାଜ୍ୟ ସମ୍ପର୍କ ବୃଦ୍ଧି ସଂଯୋଗୀ କରଣର ରେଖାଚିତ୍ର, ଏହା ହେଉଛି ବଜ୍ର ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱିତୀୟ ଇସ୍ପାତ କାରଖାନା ପ୍ରତିଷ୍ଠା ସ୍ୱପ୍ନର ଫଳଶ୍ରୁତି । ଇସ୍ପାତ ଶିଳ୍ପ ସମୂହର ବହୁ ଦିନର ପ୍ରତିକ୍ଷୀତ ଆଶା ଓ ବିଶ୍ୱାସର ପ୍ରତିଫଳନ । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ରାଜ୍ୟବାସୀ ଓ ତ୍ରୀଜଙ୍ଗାଦାନଗଦୀ ଅଞ୍ଚଳବାସୀଙ୍କ ସହ ଅନ୍ୟ ଅଞ୍ଚଳର ପ୍ରତିଟି ମଣିଷର ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି । ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳରେ ଲୋକମାନଙ୍କ ମୁହଁରେ ଆଜି ହସଫୁଟି ପାରିଛି । ଆଉ ସେମାନଙ୍କ ଜୀବନ ଓ ଜୀବିକାର ରାସ୍ତା ମଧ୍ୟ ଆଜି ସୁଗମ ହୋଇ ପାରିଛି । ସେଥିଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଞ୍ଚଳବାସୀ କେଉଁ ଭାବରେ ସେମାନଙ୍କର ଶ୍ରଦ୍ଧା ଓ କୃତଜ୍ଞତା ପ୍ରକଟ କରିବେ ତାହା ବୁଝିପାରୁନାହାନ୍ତି । ବିଜୁବାବୁଙ୍କୁ ନେଇ ଗର୍ବ କରୁଥିବା ଓଡିଶାର ଜନଗଣ ଏଥି ପାଇଁ ସେମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ପିତା ବିଜୁପଟ୍ଟନାୟକଙ୍କର ସ୍ୱପ୍ନକୁ ଆଜି ତାଙ୍କର ସୁଯୋଗ୍ୟ ପୁତ୍ର, ସମସ୍ତଙ୍କର ଆଦରଣୀୟ, ସମ୍ମାନନୀୟ, ବୀର କଳିଙ୍ଗ ମାଟିର ସୁପୁତ୍ର, ଓଡିଶାବାସୀଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଓଡିଶା ବିକାଶ ମାନଚିତ୍ରରେ ଯୋଡି ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ପ୍ରାୟ ସତେଇଶ କୋଟି ଟଙ୍କା ବ୍ୟୟରେ ରାଜ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ହୋଇଥିବା ଚୋରଦା ଡୁବୁରିବାଇ ପାସ ବା କଳିଙ୍ଗନଗର ଇସ୍ପାତ କରିଡର ରାସ୍ତା ଯାହାକି ଜାତି ଉଦ୍ଦେଶ୍ୟରେ ସମର୍ପିତ ବା ଲୋକାର୍ପିତ ଲାଗି ସଂପ୍ରତି ଦୃତ ପ୍ରସ୍ତୁତି ପଥରେ । ଏଥିସହ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡିଶାର ବର୍ଷିଆନ ସମାଜ ସେବୀ, ରାଜନେତା, ପୂର୍ବତନ ମନ୍ତ୍ରୀ, ଯାଜପୁର, କୋରାଇ, ସୁକିନ୍ଦାବାସୀଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା, ସମସ୍ତଙ୍କର ପ୍ରିୟ, ଦୁଃଖସୁଖର ସାଥି, ସମସ୍ତଙ୍କ ପରିବାରର ମୁରବୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯାଜପୁର ମାଟିର ଭୂମିପୂତ୍ର ପୂର୍ବତନ ମନ୍ତ୍ରୀ, ବିଧାୟକ ସ୍ଥିତପ୍ରଜ୍ଞ ଡ.ପ୍ରଫୁଲ ଚନ୍ଦ୍ର ଘଡାଇଙ୍କର ଏହି ରାସ୍ତା ନିର୍ମାଣ ଏକ ବଡ ସ୍ୱପ୍ନ ଥିଲା, ବହୁ ଝଡ଼ଝଞ୍ଜା ଭିତରେ ତାଙ୍କର ଓ ଲୋକମାନଙ୍କର ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି । ସ୍ମରଣ ଯୋଗ୍ୟ ଯେ ଏହି ଇସ୍ପାତ କରିଡ଼ର ବାଇପାସ ରାସ୍ତା ନିର୍ମାଣ ସ୍ୱପ୍ନର ଜୁଆରରେ ଭଟ୍ଟା ପଡି ଯାଇଥିବା ସମୟରେ ସମସ୍ତ ପ୍ରତିବନ୍ଧକ ଓ ସମସ୍ୟା ସମାଧାନର ସୂତ୍ରଧର ଭାବେ ତତ୍‌କାଳୀନ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇ ଥିଲେ । ତାଙ୍କର ନିଷ୍ଠା, ଉଦ୍ୟମ ଓ ବୁଦ୍ଧିମତା ଯୋଗୁଁ ଏହି ଇସ୍ପାତ କରିଡର ରାସ୍ତା ଲାଗି ଘରଦ୍ୱାର, ଜମିବାଡି ହରାଇଥିବା ତ୍ରୀଜଙ୍ଗାଦାନଗଦୀ ଗ୍ରାମବାସୀଙ୍କ ପୁଞ୍ଜିଭୂତ ଅସନ୍ତୋଷ ଓ ସମସ୍ୟା କୁ ସମାଧାନ କରିବାରେ ମଧ୍ୟ ସେ ସକ୍ଷମ ହୋଇପାରିଥିଲେ ।
ଯାହା ଫଳରେ କି ତ୍ରୀଜଙ୍ଗା ଗ୍ରାମବାସୀମାନେ ନିଜର ପ୍ରିୟ ବିଧାୟକ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେମାନଙ୍କର ଆସ୍ଥା ପ୍ରକଟ କରିଥିଲେ ମଧ୍ୟ ସରକାରଙ୍କ ଦ୍ୱାରା ଜୋରଜବରଦସ୍ତ ଦଖଲ କରାଯାଇଥିବା ଜମି ଓ ଘରର ଉଚିତ୍ ମୂଲ୍ୟର କ୍ଷତି ପୁରଣ ଅର୍ଥ ଆଜି ପର୍ଯ୍ୟନ୍ତ ପାଇପାରି ନାହାନ୍ତି । ଏହା ସତ୍ତ୍ୱେ ମଧ୍ୟ ଜମି ହରାଇଥିବା ଲୋକମାନେ ନିଜ ଜମି ଉପରେ ଚାରିଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନକରି ସହଯୋଗ ପ୍ରଦାନ କରିଅସୁଛନ୍ତି । ବହୁ ପ୍ରତିବନ୍ଧକ ସତ୍ତ୍ୱେ ଦୁଇହଜାର ସାତ ଓ ଆଠ ମସିହା ବେଳକୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା ଏହା କେବଳ ତତ୍‌କାଳିନ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ଦ୍ୱାରା ସମ୍ଭବପର ହୋଇଥିଲା । ପରବର୍ତ୍ତୀ ସମୟରେ ଓଡିଶା ଯୁବମାନସର ଅଗ୍ରଣୀ, ଦକ୍ଷ ଯୁବନେତା ସୁକିନ୍ଦା ଓ କୋରାଇ ନିର୍ବାଚନ ମଣ୍ଡଳୀର ଜନପ୍ରୀୟ ନେତା ସମସ୍ତଙ୍କର ସୁଖ ଦୁଃଖ ର ସାଥି, ସୁକିନ୍ଦାର ସୁନାମଧନ୍ୟ ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡ଼ାଇ ଯାହାଙ୍କର ଭାବାବେଗ, ଏହି କଳିଙ୍ଗନଗର ଇସ୍ପାତ କରିଡର ଚୋରଦା ଡୁବୁରୀ ରାସ୍ତା ସହ ଜଡିତ । ପ୍ରାୟ ଏକ ଦଶନ୍ଧିରୁ ଉର୍ଦ୍ଧ ସମୟଧରି ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡିରହିଥିଲା । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଉପରୁ ତଳସ୍ତରଠାରୁ ଉପରସ୍ତର ପର୍ଯ୍ୟନ୍ତ ସମସ୍ତଙ୍କର ଦୃଷ୍ଟି ହଟିଯାଇଥିଲା । ତ୍ରୀଜଙ୍ଗାଦାନଗଦୀ ମିଲିଟାରୀ ଛକ ଠାରୁ କୁଆଁରଦା ଦମକଳ କେନ୍ଦ୍ର ୨୦ ନମ୍ବର ରାଞ୍ôଚ ପାଣିକୋଇଲି ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପ୍ରୟ ୧୫ କିଲୋମିଟର ମଧ୍ୟରୁ ଏହି ସାଢେଚାରି କିଲୋମିଟର କଳିଙ୍ଗନଗର ଇସ୍ପାତକରିଡର ଚୋରଦାଡୁବୁରୀ ବାଇପାସ୍ ରାସ୍ତାର ନିର୍ମାଣ କାର୍ଯ୍ୟ ତ୍ୱାରାନ୍ୱିତ କରିବାକୁ ସଂକଳ୍ପ ନେଇଥିବା ସୁକିନ୍ଦା ବିଧାୟକ ଇଂ ଘଡାଇଙ୍କର ଉଦ୍ୟମ ଓ ନିଷ୍ଠା ଫଳରେ ଆଜି ଏହି ରାସ୍ତାର ନବକଳେବର ସମ୍ଭବ ହୋଇପାରିଛି । ଫଳରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଖୁବ ଶିଘ୍ର ସମ୍ପୁର୍ଣ୍ଣ ହେବାକୁ ଯାଉଛି । ଯେ କୌଣସି ସମୟରେ ଜାତି ଉଦ୍ଦେଶ୍ୟରେ ଏହି କରିଡର ରାସ୍ତା ସମର୍ପିତ ହୋଇପାରେ ।
ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା କଳିଙ୍ଗନଗର ଇସ୍ପାତ କାରଖାନା ଗୁଡିକୁ ଓ ଖଣି ଅଞ୍ଚଳକୁ ବ୍ୟାସନଗର ସହର ଓ ଦାନଗଦୀବଜାର ମଧ୍ୟ ଦେଇ ଭାରୀଯାନଗୁଡ଼ିକ ଚଳାଚାଳ କରିବାଯୋଗୁଁ ବହୁଧନ ଜୀବନ ନଷ୍ଟ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହୁଥିଲା । ଟ୍ରାଫିକଜାମ ରହୁଥିବାରୁ ଜନ ସାଧାରଣ ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ । ଛୋଟ ସ୍କୁଲ ପିଲାମାନେ ସ୍କୁଲକୁ ଯାତାୟତ କରିବାରେ ମଧ୍ୟ ବହୁ ସମସ୍ୟର ସମ୍ମୁଖିନ ହେଉଥିଲେ ଏବଂ ଅନେକ ଛାତ୍ରଛାତ୍ରୀମାନଙ୍କର ମର୍ମନ୍ତୁଦ ଦୁର୍ଘଟଣାରେ ଜୀବନହାନୀ ଘଟୁଥିଲା । ଏହି ଘଟଣା ବିଧାୟକ ଇଂ ଘଡାଇଙ୍କୁ ବ୍ୟଥିତ କରି ଆସୁଥିଲା, ତାଙ୍କର ବହୁ ଉଦ୍ୟମ ପରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟର ମୁଣ୍ଡି ମରାଯାଇ ପାରୁଛି । ଏହି ଇସ୍ପାତକରିଡର ରାସ୍ତା ନିର୍ମାଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କର ସଦିଚ୍ଛା ଓ ମହାନତା ପାଇଁ ସମ୍ଭବପର ହୋଇପାରିଛି ।
ତ୍ରୀଜଙ୍ଗାର ଯୁବ ସମାଜସେବୀ, ଯୁବନେତା ଜଗନ୍ନାଥ ଧୀରଙ୍କ ମତରେ ସରକାର ସେମାନଙ୍କର କିଛି ଚାଷଜମିକୁ ଆଇନ ଅନୁଯାୟୀ ଜମି ଅଧିଗ୍ରହଣ ନକରି ଓ କ୍ଷତିପୂରଣ ଅର୍ଥ ନଦେଇ ଜୋର୍‌ଜବରଦସ୍ତ ରାତି ଅଧିଆ ସେମାନଙ୍କର ଜମି ଉପରେ ରାସ୍ତା ନିର୍ମାଣ କରାଯାଇଥିଲେ ବି ଆଜି ପର୍ଯ୍ୟନ୍ତ ସେମାନେ ତାଙ୍କର କ୍ଷତିପୂରଣ ଅର୍ଥ ପାଇପାରି ନାହାନ୍ତି କି ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ କୌଣସି ନୋଟିସ୍ ଜାରି କରାଯାଇ ନାହିଁ । ସେମାନଙ୍କର ଆଉ କେତେକ ଜମି ଅଧିଗ୍ରହଣ କରାଯାଇ ଜମି ଉପରେ ରାସ୍ତା ନିର୍ମାଣ କରାଯାଇଥିଲେ ବି ତାହାର କ୍ଷତିପୂରଣ ଅର୍ଥ ମଧ୍ୟ ଆଜି ପର୍ଯ୍ୟନ୍ତ ପାଇ ପାରି ନାହାନ୍ତି । ତଥାପି ସେମାନେ ସେମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହୋଇ ଆଶା ରଖିଛନ୍ତି ଯେ ଦିନେ ନା ଦିନେ ସେମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ସୁକିନ୍ଦା ବିଧାୟକ ଶ୍ରୀ ଘଡାଇ ସେମାନେ ହରାଇଥିବା ଜମିର କ୍ଷତିପୂରଣ ଅର୍ଥପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ । ଏହି ଆତ୍ମ ବିଶ୍ୱାସ ନେଇ ସେମାନେ ଦେଶ ଓ ରାଜ୍ୟର ମଙ୍ଗଳ ପାଇଁ ନିର୍ମାଣ ହେଉଥିବା ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନକରି ସହଯୋଗ କରିଆସୁଛନ୍ତି ।
ପ୍ରାୟ ୩୪ କୋଟିଙ୍କ ବ୍ୟୟରେ ନିର୍ମିତ ଏହି କଳିଙ୍ଗନଗର ଇସ୍ପାତକରିଡର ଚାରିଲେନ୍ ବିଶିଷ୍ଟ ରାଜ୍ୟ ଚୋରଦା ଠାରୁ ଡବୁରୀ ଜାତୀୟ ରାଜ୍ୟ ସଡକ ମାର୍ଗ ଦୁଇଟି ଜାତୀୟ ରାଜ ପଥକୁ ସଂଯୋଗ କରୁଛି । ଏହି ରାଜ୍ୟ ରାଜପଥ ଢେଙ୍କାନାଳ, ଅନୁଗୁଳ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲା ସଙ୍ଗେ ସଂଯୋଗ ସ୍ଥାପନ କରିବା ସହିତ ଆନ୍ତଃରାଜ୍ୟ ଝାଡଖଣ୍ଡ, ବିହାର, ପୂର୍ବାଞ୍ଚଳ ପଶ୍ଚିମବଙ୍ଗ, ଆସାମ, ମଣିପୁର ଓ ଅନ୍ୟାନ୍ୟ ରାଜ୍ୟ ସହ ପଶ୍ଚିମାଞ୍ଚଳ ଛତିଶଗଡ, ମଧ୍ୟପ୍ରଦେଶ, ରାଜ୍ୟ ସହିତ ସଂଯୋଗ କରୁଥିବା ବେଳେ ଦାକ୍ଷିଣାତ୍ୟ ରାଜ୍ୟମାନଙ୍କ ସହିତ ମଧ୍ୟ ସଂଯୋଗ କରୁଛି । ଫଳରେ ଲୋକମାନଙ୍କ ଜାତାୟତ ସୁଗମ ହୋଇପାରିବ । ଜାତୀୟ ଗୁରୁତ୍ୱ ବହନ କରୁଥିବା ଏହି ରାସ୍ତା ନିର୍ମାଣ କାର୍ଯ୍ୟର ଗୁରୁ ଦାନ୍ତତ୍ୱ ବହନ କରିଥିବା ପୂର୍ତ୍ତ ବିଭାଗର ସହକାରୀ ଇଂଜିନିୟର ମନୋଜ କୁମାର ମାଝିଙ୍କ ଦିନରାତି ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠା ଯୋଗୁ ଏକ ଦଶନ୍ଧିଧରି ବନ୍ଦ ହୋଇ ଯାଇଥିବା ନିର୍ମାଣ କାର୍ଯ୍ୟ ମାତ୍ର ଦୁଇବର୍ଷ ମଧ୍ୟରେ ଆଜି ଶେଷ ହେବାକୁ ଯାଉଛି । ଏହି ବିଳମ୍ବିତ ନିର୍ମାଣ କାର୍ଯ୍ୟ ନବକଳେବରର ପୁରୋଧାଭାବେ କାର୍ଯ୍ୟ କରି ଆଜି ଇଂ ମାଝି ଆଜି ସମସ୍ତଙ୍କ ମୁହଁରେ ହସଫୁଟାଇ ପାରିଛନ୍ତି । ଏଥିସହ ପାଣିକୋଇଲି ଡିଭିଜନର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ଅରୁଣ କୁମାର ପଟ୍ଟନାୟକ ଓ ଏସ.ଡି.ଓ ଇଂ ପ୍ରଶାନ୍ତ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତା୍ୱବଧାନରେ ଏହି ଗୁରୁତ୍ୱପୂର୍ଣ୍ଣ କରିଡ଼ର ରାସ୍ତାର ନିର୍ମାଣ କାର୍ଯ୍ୟ ସମାପ୍ତ ହେବାକୁ ଯାଉଛି । ଏହି ନିର୍ମାଣ କାର୍ଯ୍ୟ ସମୟରେ ବହୁ ପ୍ରତିବନ୍ଧକର ସମ୍ମୁଖିନ ହେବାକୁ ପଡିଥିଲା । ଜମିହରାଇଥିବା ଲୋକ ମାନଙ୍କର ଅସନ୍ତୋଷ ସହ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥିଲା । କାର୍ଯ୍ୟସ୍ଥଳରେ ଅତି ବୁଦ୍ଧିମତ୍ତାର ସହିତ ଦାୟିତ୍ୱରେ ଥିବା ସହକାରୀ ଇଂଜିନିୟର ଶ୍ରୀ ମାଝି ଲୋକମାନଙ୍କ ସମସ୍ୟାର ସମାଧାନ କରିବାରେ ସମର୍ଥ ହୋଇ ପାରିଥିଲେ । ଯେଉଁ ଲୋକମାନେ ଏହି ରାସ୍ତାରେ ଜମି ହରାଇ ଆଜି ପର୍ଯ୍ୟନ୍ତ କ୍ଷତିପୁରଣ ପାଇପାରିନାହାନ୍ତି । ସେମାନେ କିପରି ସେମାନଙ୍କର କ୍ଷତି ପୂରଣ ଅର୍ଥ ପାଇପାରିବେ ସେଥିଲାଗି ସେ ଉଦ୍ୟମ କରିବେ ବୋଲି ଲୋକମାନଙ୍କୁ ପ୍ରତିଶୃତି ଦେଇ ନିଜର ଉଦ୍ୟମ ଆରମ୍ଭ କରିବା ଫଳରେ କ୍ଷତିଗ୍ରସ୍ତ ଚାଷୀ ଓ ଜମିହରା ଲୋକମାନେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥିଲେ । ଏହି କଳିଙ୍ଗନଗର ଇସ୍ପାତ କରିଡର ଓଡିଶା ଶିଳ୍ପ ବିକାଶର ଏକ ମାଇଲଖୁଣ୍ଟ ସଦୃଶ । ଏହି କରିଡର ରାସ୍ତା ରାଜ୍ୟ ଓ ଦେଶର ଆର୍ôଥକ ଅଭିବୃଦ୍ଧିରେ ସହାୟକ ହୋଇପାରିବ ଓ ଓଡିଶାର ଗୌରବ ବୃଦ୍ଧି କରିପାରିବ ।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ମୋ.୯୪୮୬୩୯୪୫୩, ଇମେଲ୍‌-haladhar.dhir@gmail.com

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ