ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାରଙ୍କୁ ସମ୍ବର୍ଦ୍ଧନା

ଭଣ୍ଡାରୀପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସରସଦା ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଗଦାଧର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସର୍ଵପ୍ରଥମେ ବିଦ୍ୟାଳୟ ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଜଗନ୍ନାଥ ନାୟକଙ୍କୁ ଅତିଥିମାନେ ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ତଥା ସରସଦା ମାଟିର ଗୌରବ ସୁଧାକର ନନ୍ଦ ଯୋଗଦେଇ ବିଦ୍ୟାଳୟ ଐତିହ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଶ୍ରୀଯୁକ୍ତ ନନ୍ଦଙ୍କୁ ତାଙ୍କର ଯସ୍ବସୀ କୀର୍ତ୍ତି ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସାହିତ୍ୟିକ ନଟବର ରାଉଳ, ଶିକ୍ଷାବିତ ଉମାକାନ୍ତ ପାତ୍ର, ସ୍ତମ୍ଭକାର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ସମାଜସେବୀ ରତ୍ନାକର ଦାସ, ପ୍ରଧାନଶିକ୍ଷକ ଅଜୟ କୁମାର ନନ୍ଦ ପରିଚାଳନା କମିଟି ସଭାପତି ଅକ୍ଷୟ କୁମାର ଜେନା, ଶିକ୍ଷା କର୍ମୀ ଉଦକର ନାୟକ ଯୋଗଦେଇଥିଲେ। ଶିକ୍ଷୟତ୍ରୀ ଭକ୍ତିଲତା ସାମଲ ଅତିଥି ପରିଚୟ, ମାନସୀ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷକ ସଞ୍ଜୟ କୁମାର ନନ୍ଦ ଧନ୍ୟବାଦ ଦେଇଥିଲେ।କାର୍ଯ୍ୟକ୍ରମକୁ ବିଜୟଲକ୍ଷ୍ମୀ ପାତ୍ର, ସସ୍ମିତା ମହାନ୍ତି, କ୍ଷୀରାଦ୍ଧୀ ମହାପାତ୍ର, ପ୍ରକାଶ ଦାସ, ଶଶୀଭୂଷଣ ଜେନା, ଶ୍ୟାମସୁନ୍ଦର ବାରିକ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ