କୁଡୁମୀ ସଂପ୍ରଦାୟକୁ ପୁନଃ ଆଦିବାସୀ ମାନ୍ୟତା ନେଇ ଜୟମୁନି ମହାନ୍ତଙ୍କ ନେତୃତ୍ବରେ ଦିଲ୍ଲି ଯାତ୍ରା
ରାଇରଙ୍ଗପୁର ( ଅକ୍ଷୟ ବିଶ୍ୱାଳ ): କୁଡୁମୀ ସଂପ୍ରଦାୟର ଲୋକେ ଓଡିଶା ସମେତ ଝାଡଖଣ୍ଡ,ବିହାର,ପଶ୍ଚିମବଙ୍ଗ,ଛତିଶଗଡ,ଆସାମର ବିଭିନ୍ନ ପ୍ରାନ୍ତରରେ ଲୋକେ ବସବାସ କରୁଛନ୍ତି ।୧୯୫୦ ମସିହା ସେପ୍ଟେମ୍ବର ୬ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ସମ୍ବିଧାନରେ ଆଦିବାସୀ ମାନ୍ୟତା ଦିଆଯାଇଥିଲା ।କିଛି ଚକ୍ରାନ୍ତକାରୀଙ୍କା ଯୋଗୁଁ ଏହି ଦିନ ସମ୍ବିଧାନରୃ କୁଡୁମୀ ଜାତିକୁ ଆଦିବାସୀ ତାଲିକାରୁ ବାଦ କରାଯାଇଥିଲା ।ଏହାକୁ ନେଇ ଆଜି ପର୍ଯ୍ୟନ୍ତ କୁଡୁମି ସଂପ୍ରଦାୟର ଲୋକେ ସେମାନଙ୍କୁ ଆଦିବାସୀ ତାଲିକାରୁ ହଟା ଯାଇଥିବାରୁ ଅସନ୍ତୋଷରେ ଜର୍ଜରିତ ହେଉଛନ୍ତି ।ଏହାକୁ ନେଇ ୨୦୧୨ ମସିହାରୁ ଓଡିଶା ସମେତ ଅନ୍ୟ ରାଜ୍ୟରେ କୁଡୁମୀ ଜାତିକୁ ପୂନଃ ଆଦିବାସି ମାନ୍ୟତା ନେଇ ଆନ୍ଦୋଳନ ଜୋରଦାର ଧରିଛି ।ଓଡିଶାର କୁଡୁମୀ ସେନା,ଓଡିଶାର ମଙ୍ଗ ଧରିଛନ୍ତି ଯୁବ ତୁଙ୍ଗ ନେତା ଜୟମୁନି ମହାନ୍ତ ।ତାଙ୍କରି ନେତୃତ୍ବରେ କୁଡୁମି ସେନାର ୭୦ରୁ ଉର୍ଦ୍ଧ୍ବ ପୁରୁଷ,ମହିଳା,ଯୁବ,ଛାତ୍ର ଏକ ପ୍ରତିନାଧି ଦଳ ଆଜି ବସ ଯୋଗେ ଦିଲ୍ଲୀର ଯନ୍ତର ମନ୍ତର ମୁଖେ ଯାତ୍ରା କରିଛନ୍ତି ।୧୯୫୦ସେପ୍ଟେମ୍ବର ୬ତାରିଖ ଦିନ କୁଡୁମି ଜାତିକୁ ସମ୍ବିଧାନରେ ଆଦିବାସୀ ତାଲିକରୁ ବାଦ ଦିଆ ଯାଇଥିବାରୁ ସେହି ଦିନକୁ କୁଡୁମି ଜାତି ତରଫରୁ ‘ଅନ୍ୟାୟ ଦିବସ ‘ ଅବା ‘କଳା ‘ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ସମସ୍ତ କୁଡୁମି ଜାତି ସେହିଦିନ ଜିଲ୍ଲା,ଉପଖଣ୍ଡ,ବ୍ଲକ,ପଞ୍ଚାୟତ କିମ୍ବା ନିଜ ଘରେ ରେ କଳା ଦିବସ ପାଳନ କରିବାକୁ ଦଳର ସୁପ୍ରିମୋ ଜଯମୁନି ମହାନ୍ତ ବିନମ୍ର ଅନୁରୋଧ କରିଛନ୍ତି ।କୌଣସି କାରଣରୁ କେହି ଯଦି ବ୍ଳକ ନ ଯାଅଆନ୍ତି ଘରେ ରହି ମଥାରେ କଳାପଟି ପିନ୍ଧି ଫଟୋ ଉଠାଇ ପ୍ରତିବାଦର ଭାଇରାଲ ଫଟୋ ଛାଡିବାକୁ ନିବେଦନ କରିଛନ୍ତି ।ଶନିବାର ଦିନ ୧ଟାଏ ବେଳେ ଜୟମୁନିଙ୍କ ନେତୃତ୍ବରେ ଏହି ପ୍ରତିନାଧି ଦଳ ଏକ ଘରୋଇ ବସ ଯୋଗେ ରାଇରଙ୍ଗପୁର ପହଞିଥିଲେ ।ସେଠାରେ କୁଡୁମି ସେନାର ପୁରୁଷ,ମହିଳା,ଯୁବ ଛାତ୍ର ଫୁଲମାଳ ଦେଇ ସ୍ବାଗତ କରିବା ସହ ଦିଲ୍ଲିଯାତ୍ରାର ଶୁଭ ମନାସିଥିଲେ ।କୁଡୁମି ସେନା ଜିନ୍ଦାବାଦ,କୁଡୁମିକୁ ପୁନଃ ଆଦିବାସୀ ମାନ୍ୟତା ନେଇ ନାରାରେ ପ୍ରକମ୍ପିତ ହୋଇଥିଲା ରାଇରଙ୍ଗପୁର ଦୁର୍ଗାମଣ୍ଡପ ଛକ ।


