ଓଡିଶା ସମାଜସେବୀ ମହାସଙ୍ଘ ର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜୟଦେଵ ଭବନ ଭୁବନେଶ୍ୱର ଠାରେଅନୁଷ୍ଠିତ ହୋଇଯାଇଛି ଓଡିଶା ସମାଜସେବୀ ମହାସଙ୍ଘ ଷଷ୍ଠ ତମ ବାର୍ଷିକ ଉତ୍ସବ । ଏହି କାର୍ଯ୍ୟକ୍ରମ ରେ ମହାସଙ୍ଘ ର ରାଜ୍ୟ ମହିଳା ସଭାପତି ଡ଼.ବନ୍ଦନା ହରିଚନ୍ଦନ ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚ୍ଚନା ଦାସ ଯୋଗଦେଇ ସଭାକୁ ସମ୍ବୋଧନ କରି ମହାସଙ୍ଘ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ପୂର୍ବତନ ସାଂସଦ ଡ଼. ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର, ବିଜେଡି ରାଜ୍ୟ ସମ୍ପାଦକ ଅମରେଶ ଜେନା, କବି ତଥା ରାଜନେତା ଶଙ୍କର୍ଷଣ ପରିଡା, ରାଜନେତା ଅମୀୟ ପାଣ୍ଡବ, ବୃକ୍ଷମାନବ ଦିଲୀପ ଶ୍ରୀଚନ୍ଦନ, ସମାଜସେବୀ ଚିଦାତ୍ମିକା ଖଟୁଆ, ମହାସଙ୍ଘ ଉପଦେଷ୍ଟା ଲିଙ୍ଗରାଜ ସାହୁ, ସମାଜସେବୀ ବିଭୁତି ସାହୁ, ଯୁବଉଦ୍ୟୋଗୀ ଟିଟନ ସାହୁ, ସମାଜସେବୀ ମନସ୍ମିତା ଜେନା, ମହାସଙ୍ଘ ରାଜ୍ୟ ଉପସଭାପତି ସସ୍ମିତା ଦାସ, ରାଜ୍ୟ ସମ୍ପାଦକ ବାପି ମହାନ୍ତି ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରାଜ୍ୟରେ କାର୍ଯ୍ୟରତ ସମାଜସେବୀ ମାନଙ୍କ ଉଦ୍ଦେଶ୍ୟରେ ଦୈବିକ ଦୁର୍ଘଟଣା ଜନିତ ବିମାରାଶି ଘୋଷଣା କରାଯାଇଥିଲା । ରାଜ୍ୟରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ସମାଜସେବୀ, ସାମ୍ବାଦିକ ଓ ବିଭିନ୍ନ ସାମାଜିକ ସଂଗଠନ ମାନଙ୍କୁ ଉତ୍କଳବୀର ସମ୍ମାନ ଓ ସେବା ଉତ୍କଳିକା ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ମହାସଙ୍ଘ ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା । ଧନ୍ୟବାଦ ଅର୍ପଣ କରିଥିଲେ ତନ୍ମୟ ସାମନ୍ତରାୟ ,ମାନସ ରଞ୍ଜନ ସାହୁ, ସଂଗ୍ରାମ ବଳିଆରସିଂହ, ବାସୁ ଦାସ, ଚିତ୍ତରଂଜନ ଦାସ, ନିରଞ୍ଜନ ସାହୁ, ଜୀବିତେଶ ବେହେରା, ଲିପୁ ମେକାପ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ