ରାସ୍ତା ନିର୍ମାଣ କରୁନି ଠିକାଦାର, ଲୋକେ ଭୋଗୁଛନ୍ତି ହୀନସ୍ଥା

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମଧୁରଗଡ଼ିଆ ଠାରୁ ଭଦ୍ରକ ଜିଲ୍ଲାର ଅଢାଳପଙ୍କ ଭାୟା ଜାମିତିରା ଜିଲ୍ଲା ସଂଯୋଗୀ କରଣ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୁଇ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଯୋଗାଇ ଦିଆଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଠିକାଦାର ରାସ୍ତାର ଜିରୋ ଠାରୁ ଏହି କାର୍ଯ୍ୟ ଆରମ୍ଭ କରିବାକୁ ଥିବାବେଳେ ତାହା ନକରି ଶେଷ ମୁଣ୍ଡରୁ ଏହି ରାସ୍ତା କାମ ଆରମ୍ଭ କରି ଅଧା ପାନ୍ତରିଆ କରି ପକାଇ ଦେଇଛି। ମଧୁରଗଡ଼ିଆ ରୁ ଅଢାଳପଙ୍କ ରାସ୍ତା ଟି ଉପରେ ଆଖ ପାଖ ୫ଟି ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି। ଏହି ରାସ୍ତା ଦେଇ ଲୋକମାନେ ବନ୍ତ ବଜାର ସହିତ ମେଡ଼ିକାଲ, କୋର୍ଟ କଚେରୀ, ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯାଇଥାନ୍ତି। ୨୦ବର୍ଷ ପୂର୍ବେ ଗ୍ରାମବାସୀ ଙ୍କ ଉଦ୍ୟମରେ ଏହି ରାସ୍ତା ଟି ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ଳକ ଓ ପଞ୍ଚାୟତ ପକ୍ଷରୁ ସରକାରୀ ଅନୁଦାନରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ଏବେ ଏହି ରାସ୍ତାକୁ ନେଇ ମଧୁର ଗଡ଼ିଆ ଓ ଯାମିତିରା ଗ୍ରାମ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ୫ବର୍ଷ ଧରି ରାସ୍ତା ମରାମତି କରାଯାଉ ନଥିବାରୁ ରାସ୍ତାଟି ଯାତାୟାତ ଅନୁପଯୋଗୀ ହୋଇ ପଡିଛି। ମଧୁରଗଡ଼ିଆ ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରୁ ଥିଲେବି ଠିକାଦାର କାମ କରିବାରେ ବିଳମ୍ବ କରୁଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। କିଛି ମୁଷ୍ଟିମେୟ ଲୋକ ଠିକାଦାରଙ୍କୁ ହାତ ବାରିସୀ କରି ନିର୍ମାଣ କାର୍ଯ୍ୟ କରାଇ ଦେଉ ନଥିବା ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ମାନେ ଗତ ୪ମାସ ତଳେ ନିଜେ ଶ୍ରମଦାନ କରି ରାସ୍ତାରେ ମାଟି ପକାଇ ରାସ୍ତା ନିର୍ମାଣ କରିଥିଲେ। କିନ୍ତୁ ବର୍ଷା ଯୋଗୁଁ ରାସ୍ତାରେ କାଦୁଅ ହୋଇ ଯିବାରୁ ନାନା ଅସୁବିଧା ଭୋଗ କଲେ। ତେଣୁ ପୁନର୍ବାର ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ଆଜି ମୋରମ ଓ ପଥର ଗୁଣ୍ଡ ପକାଇ ଯାତାୟାତ ଉପଯୋଗୀ କରିଛନ୍ତି। ଏଥିରେ ଗ୍ରାମର ହଳଧର ଯେନା, ଖୁସାଲି ଶଙ୍ଖୁଆ, ଚଗୁଲୁ ଦାସ, ରମାକାନ୍ତ ଯେନା, ପହଲି ଯେନା, କୋଦଣ୍ଡ ଯେନା, ଅଭିରା ସେନାପତି, ଦେବୁନୁ ଦାସ, ସୁଧାକର ପଣ୍ଡା, ଅମରେନ୍ଦ୍ର କୁମାର ଦାସ, ଦେବେନ୍ଦ୍ର କୁମାର ଦାସ, ଗୁରୁଚରଣ ଶଙ୍ଖୁଆ ମୁକ୍ତିକାନ୍ତ ଦାସଙ୍କ ସମେତ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ