ଓଡିଶା ସ୍ୱାସ୍ଥ୍ୟବିଭାଗ ଠିକା କର୍ମଚାରୀ ନିୟମିତ ହେବାକୁ ସ୍ମାରକ ପତ୍ର ଦେଲେ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀଙ୍କ ଚାକିରୀ ନିୟମିତ କରିବାକୁ ଦାବି କରି ୧୫ ତାରିଖରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ ମାନଙ୍କୁ ସ୍ମାରକ ପତ୍ର ଚିକିତ୍ସାଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି l ରାଜ୍ୟ ଠିକା କର୍ମଚାରୀ ମହାସଂଘ ଆହ୍ୱାନ କ୍ରମେ ଆଜି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସ୍ମାରକ ପତ୍ର ହସ୍ତାନ୍ତର କରିଛନ୍ତି l ସରକାର ଅକ୍ଟୋବର ୧୬ ତାରିଖରେ ଠିକା ଚାକିରୀ ଉଛେଦ ଘୋଷଣା କଲେa ମାତ୍ର ସ୍ୱାସ୍ଥ୍ୟ ବିଭାଗ ଠିକା କର୍ମଚାରୀ ଏଥିରେ ସାମିଲ ନଥିବା ଜାଣିବା ପରେ କର୍ମଚାରୀ ନିରୁତ୍ସାହିତ ହୋଇ ପଡିଛନ୍ତି l ନଭେମ୍ବର ୧୨ ତାରିଖ ସୁଦ୍ଧା ସରକାର ଘୋଷଣା କରିନଥିବାରୁ ପ୍ରତିବାଦ ସ୍ୱରୂପ ହଳଦିଆ ( ଆଶାର ଆଲୋକ ) ବ୍ୟାଚ ପରିଧାନ କରି ଶାନ୍ତିପ୍ରଦ ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି l ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟି ଅଧୀନରେ କାର୍ଯ୍ୟରତ ୮୮୧୪ କର୍ମଚାରୀଙ୍କୁ ତୁରନ୍ତ ନିୟମିତ ଘୋଷଣା କରାନଗଲେ ନଭେମ୍ବର ୨୧ ତାରିଖରେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଏକ ବିଶାଳ ପ୍ରତିବାଦ ସଭା କରିବା ସହିତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି l ସମୁଦାୟ କର୍ମଚାରୀଙ୍କ ମଧ୍ୟରୁ ୨୬୩୦ ଆୟୁଷ ଡାକ୍ତର, ଦନ୍ତ ଚିକିତ୍ସକ, ମୋବାଇଲ ହେଲଥ ରେ କାର୍ଯ୍ୟରତ ୧୯୬୮ ପାରା ମେଡିକାଲ କର୍ମଚାରୀ,ବ୍ଲକ ଓ ଉପଖଣ୍ଡ ଜନସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନାରେ କାର୍ଯ୍ୟରତ ୧୮୫୩ ମେନେଜେରିଆଲ କର୍ମଚାରୀ, ଜିଲ୍ଲା ଜନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନାରେ ୧୨୩୦, ମେଡିକାଲ ଆଲଏଡ଼ ସେବା କ୍ଷେତ୍ରରେ ୬୦୩, ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ୩୧୧ ଓ ରାଜ୍ୟ ଏଡ଼ସ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ନିୟୋଜିତ ୪୫୧ କର୍ମଚାରୀ ସାରା ରାଜ୍ୟରେ ସାମୁହିକ ଦାବି ଉପସ୍ଥାପନା କରିଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ