ଓଭରଲୋଡିଂ ଟ୍ରକରୁ ଜୋରିମାନା ଆଦାୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ଦୁଇ ଗୋଟି ଓଭରଲୋଡିଂ ଟ୍ରକରୁ ଜୋରିମାନା ଆଦାୟ ହୋଇଛି।ପ୍ରାପ୍ତ ସୂଚନା ଅନୁଯାୟୀ ଓଡି ୦୧ଏଆର ୩୬୨୫ ହାଇୱା ଟ୍ରକଟି କ୍ଷମତା ଠାରୁ ଅଧିକ ପରିମାଣର ଚିପ୍ସ ବୋଝେଇ କରି ଚଣ୍ଡିଖୋଲ ପଟୁ ଭଦ୍ରକ ଆସୁଥିବା ବେଳେ ତହସିଲଦାର ଏହାକୁ ରାଜପଥ ଉପରେ ଅଟକ ରଖିଥିଲେ। ସେହିଭଳି ଓଡ଼ି୦୧ଏୟୁ୨୬୯୮ଟ୍ରକଟି ବାଲି ବୋଝେଇ କରି ଯାଉଥିବା ବେଳେ ତହସିଲ ପକ୍ଷରୁ ଅଟକ ରଖାଯାଇଥିଲା। କାଗଜପତ୍ର ଯାଞ୍ଚ ବେଳେ ଗାଡି ଦୁଇଟିରେ ବେଆଇନ ଭାବେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ବାଲି ଓ ଚିପ୍ସ ପରିବହନ ହେଉଥିବା ଜଣାପଡିଥିଲା। ତେଣୁ ଆଇନ ଅନୁଯାୟୀ ଦୁଇଗୋଟି ଟ୍ରକ ଠାରୁ ୧ଲକ୍ଷ୭୯ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ସୂଚନା ମିଳିଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ