ଓରାଳିରେ ରାଜ୍ୟ ସ୍ଥରୀୟ ବାୟୋ ଫ୍ଲକ ତାଲିମ ଶିବିର 

ହାଟଡିହି,(ୱାଇଏନ୍ଏସ୍): ହାଟଡିହି ବ୍ଲକ ଓରାଳି ଠାରେ ରାଜ୍ୟ ସ୍ଥରୀୟ ବାୟୋ ଫ୍ଲକ ତାଲିକ ଶିବିର ଅନୁଷ୍ଠିତ ହୋଇଛି । ତିନିଦିନ ବ୍ୟାପି ଅନୁଷ୍ଠିତ ଏହି ଶିବିରରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଦୁଇଜଣ ଲେଖାଏଁ ମତ୍ସ୍ୟ ବିଭାଗର ଅଧିକାରୀ ଯୋଗଦେଇ ତାଲିମ ନେଉଛନ୍ତି । କୋଭିଡ ନିୟମକୁ ଆଖି ଆଗରେ ରଖି ପ୍ରତ୍ୟେକ ଦିନ ୧୦ଟି ଜିଲ୍ଲାର ପ୍ରତିନିଧି ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ସେମାନେ ଏଠାରୁ ତାଲିମ ନେଇ ଯିବାପରେ ପ୍ରତି ଜିଲ୍ଲାରେ ମତ୍ସ୍ୟଚାଷୀ ମାନଙ୍କୁ ଉନ୍ନତ ପ୍ରଣାଳୀରେ ମତ୍ସ୍ୟଚାଷ ପାଇଁ ତାଲିମ ପ୍ରଦାନ କରିବେ । ଏହି ଶିବରକୁ ମତ୍ସ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପ୍ରତାପ ରଞ୍ଜନ ରାଉତ, ୱାଲଡଫିସ ଓଡିଶାର ଯୁଗ୍ମ ନିର୍ଦ୍ଦେଶକ ଡ.ଅରୁଣ ପଢ଼ିଆରୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଭଦ୍ରକ ରାଣିତାଲ କୃଷି ବିଜ୍ଞାନ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ଡ.ଅିବିନ୍ଦ ଦାସ, ରାଣିତାଲର କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟବିଜ୍ଞାନୀ ଡ.ଅମ୍ବିକା ପ୍ରସାଦ ନାୟକ, କେନ୍ଦୁଝରର ମଣ୍ଡଳର ଉପ ମତ୍ସ୍ୟ ନିର୍ଦ୍ଦେଶକ ଜୋଆଚିମ ଲାକ୍ରା, କେନ୍ଦୁଝର ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଦୀପ କୁମାର ଦେ, ୱାଲଡଫିସ ଓଡିଶାର ସଂଯୋଜକ ସତିଶ ରଞ୍ଜନ ଦାସ, ବାୟୋଫ୍ଲକ ତାଲିମ ସଂଯୋଜକ ବୁବୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ମତ୍ସ୍ୟ ବିଭାଗର ଅଧିକାରୀ ମାନଙ୍କୁ ଉନ୍ନତ ମାନର ମତ୍ସ୍ୟଚାଷ ସମ୍ପର୍କରେ ତାଲିମ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ