ଦ୍ୱିତୀୟ ଦିନରେ ଆମରଣ ଅନଶନ ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଂଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ବିଦ୍ୟାଳୟ ଉଚ୍ଛେଦକୁ ବିରୋଧ କରି ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନର ଦ୍ୱିତୀୟ ଦିନରେ ପହଞ୍ଚିଛି । ଆନ୍ଦୋଳନର ଦ୍ୱିତୀୟ ତଥା ମଙ୍ଗଳବାର ବର୍ଷା ସତ୍ତ୍ୱେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନସ୍ଥଳରେ ଉପରେ ପାଲ ଧରି ରହିଥିବା ଦେଖିବାକୁ ମିଳିଥିଲ।। ଏନେଇଆନ୍ଦୋଳନ ସ୍ଥଳକୁ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଶୁଂ କୁମାର ମହାରଣା ପ୍ରମୁଖ ବୁଝାସୁଝା କରିଥିଲେ । ସ୍ଥାନୀୟ ବ୍ଲକ କଲୋନୀରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠାନକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଉକ୍ତ ବିଦ୍ୟାଳୟରେ ଶୌଚାଳୟ ଟିଏ ବହୁ ଦୂରରେ ଥିବା ଯୋଗୁଁ ଭିନ୍ନକ୍ଷମ ପିଲାମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ କେ.ଆନନ୍ଦ ରାଓ ଅନିଛା ପ୍ରକାଶ କରିଥିଲେ । ବର୍ତ୍ତମାନ ଯେଉଁଠାରେ ଅନୁଷ୍ଠାନ ଚାଲିଥିଲା ସେଭଳି ଏକ କୋଠାର ବ୍ୟବସ୍ଥା କରାଯାଉ ନଚେତ ଅନୁଷ୍ଠାନକୁ ଆଉ ୨ ବର୍ଷ ପାଇଁ ସେଠାରେ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ଦାବି କରିଥିଲେ । ଯେତେ ଦିନ ପର୍ଯ୍ୟନ୍ତ ପ୍ରଶାସନ ସେମାନଙ୍କ ଦାବି ସଂକ୍ରାନ୍ତରେ କୌଣସି ପଦକ୍ଷେପ ନ ନେଇଛନ୍ତି ସେ ପର୍ଯ୍ୟନ୍ତ ମହାସଂଘର ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ରାଓ ଦାବି ରଖିଛନ୍ତି । ଆନ୍ଦୋଳନ ରେ ଭିନ୍ନକ୍ଷମ ହରିହର ମହାନ୍ତି ଓ ସୁନିତା ରାଉଳ ଅସୁସ୍ଥ ଥିବା ଜଣାପଡିଛି ।ସୂଚନାନୁସାରେ, ଗଂଜାମ ଜିଲ୍ଲା ଶାରିରୀକ ଭିନ୍ନକ୍ଷମ ମହାସଂଘ ୧୯୮୬ ମସିହାରୁ ଜିଲ୍ଲାର ଅଗଣିତ ଭିନ୍ନକ୍ଷମଙ୍କୁ ଶିକ୍ଷା ଓ ଥଇଥାନ କରି ଆସୁଥିଲା । ଛତ୍ରପୁର ସହରରେ ଥିବା ସମର୍ଥ ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟରେ ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ପିଲାମାନେ ଶିକ୍ଷା ଲାଭ ସାଙ୍ଗକୁ ସମସ୍ତ ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା ପାଇପାରୁଛନ୍ତି । ତେବେ ସଂପୃକ୍ତ ବିଦ୍ୟାଳୟ ର କୋଠା ଭାଙ୍ଗି ରୁଜି ଯାଇଥିବା ଓ ଏଠାରେ ଏକ ଅତ୍ୟାଧୁନିକ ପାର୍କ ନିର୍ମାଣ ପାଇଁ ପୁର୍ତ ବିଭାଗ ପକ୍ଷରୁ ତିନି ଦିନ ମଧ୍ୟରେ ସମର୍ଥ ଆବାସିକ ବିଦ୍ୟାଳୟକୁ ଖାଲି କରିବା ପାଇଁ ନୋଟିସ୍ କରାଯାଇଛି । ତିନିଦିନ ମଧ୍ୟରେ ଏହାକୁ ଖାଲି କରିବା ସହ ଏହାକୁ ଭାଙ୍ଗିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବିରୋଧ କରି ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ