ଓରିଫ୍ଲେମ୍ ପକ୍ଷରୁ ଏସେନ୍ସ ଆଣ୍ଡ୍ କୋ.ର ଗ୍ରୀନ୍ ମାଣ୍ଡାରିନ ଏବଂ ଅରେଞ୍ଜ୍ ବ୍ଲୋସମ୍ ହ୍ୟାଣ୍ଡ୍ ଏବଂ ବଡ଼ି ରେଞ୍ଜ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଅଗ୍ରଣୀ ସୋସିଆଲ ସେଲିଂ ସୁଇଡିଶ୍ ବିୟୁଟି ବ୍ରାଣ୍ଡ୍ ଓରିଫ୍ଲେମ୍ ପକ୍ଷରୁ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଉତ୍ପାଦ ଯୋଗାଇବା ଅନ୍ତର୍ଗତ ଏସେନ୍ସ ଆଣ୍ଡ୍ କୋ.ର ଗ୍ରୀନ୍ ମାଣ୍ଡାରିନ ଏବଂ ଅରେଞ୍ଜ୍ ବ୍ଲୋସମ୍ ହ୍ୟାଣ୍ଡ୍ ଏବଂ ବଡ଼ି ରେଞ୍ଜ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ଥିବା ହାଇଡ୍ରେଟିଂ ଫର୍ମୂଲା ତ୍ୱଚାକୁ କୋମଳ କରିବା ସହିତ ସୁଗନ୍ଧିତ ସତେଜତା ପ୍ରଦାନ କରିଥାଏ । ଏଥିରେ ନିରାପଦ ଏବଂ ପ୍ରଭାବଶାଳୀ ଉପାଦାନ ରହିଛି । ଯାହା ତ୍ୱଚାକୁ ସୁନ୍ଦର କରିବା ସହିତ ସୁନ୍ଦରତାର ଅନୁଭବ ମଧ୍ୟ ପ୍ରଦାନ କରିବାକୁ ସକ୍ଷମ । ଗ୍ରୀନ୍ ମାଣ୍ଡାରିନ ଏବଂ ଅରେଞ୍ଜ୍ ବ୍ଲୋସମ୍ ହ୍ୟାଣ୍ଡ୍ ଏବଂ ବଡ଼ି ରେଞ୍ଜ୍‌ରେ ସୂକ୍ଷ୍ମ, ଆନନ୍ଦ ସୃଷ୍ଟିକାରୀ ସୁଗନ୍ଧ ରହିଛି । ଏହା ତ୍ୱଚାକୁ ଏକ ଅତ୍ୟାଧୁନିକ ଲୁକ ପ୍ରଦାନ କରିବାକୁ ସକ୍ଷମ ।ଗ୍ରୀନ୍ ମାଣ୍ଡାରିନ ଏବଂ ଅରେଞ୍ଜ୍ ବ୍ଲୋସମ୍ ହ୍ୟାଣ୍ଡ୍ ଏବଂ ବଡ଼ି ରେଞ୍ଜ୍‌ର ହାତ ଏବଂ ଶରୀର ଧୋଇବା ତଥା ଲୋସନରେ ଚମକୁଥିବା ସବୁଜ ମାଣ୍ଡାରିନ ତେଲ ରହିଥାଏ, ଯାହା ସତେଜ ଫଳର ସୁଗନ୍ଧରେ ପରିପୂର୍ଣ୍ଣ । ଏହା ତ୍ୱଚାକୁ ପୁନର୍ଜୀବିତ କରେ । ଅରେଞ୍ଜ୍ ବ୍ଳୋସମ୍ ତେଲ ଏକ ହାଲୁକା, ମିଠା ଏବଂ ସତେଜତାର ଅନୁଭବ ପ୍ରଦାନ କରିଥାଏ । ଏହି ତେଲକୁ ସତେଜ ଫୁଲ ପାଖୁଡ଼ାରୁ ସଂଗ୍ରହ କରାଯାଇଥାଏ । ଏହାର ଶକ୍ତିଶାଳୀ ଗୁଣ ଏବଂ ତ୍ୱଚାକୁ କଣ୍ଡିସନର କରିଥାଏ । ଏହା ଏକ ଚମତ୍କାର ପ୍ୟାକେଜିଂ ଡିଜାଇନରେ ସୁନ୍ଦର ଭାବରେ ଉପଲବ୍ଧ ହେଉଛି । ଏସେନ୍ସ ଆଣ୍ଡ୍ କୋ.ର ଗ୍ରୀନ୍ ମାଣ୍ଡାରିନ ଏବଂ ଅରେଞ୍ଜ୍ ହ୍ୟାଣ୍ଡ ଏବଂ ବଡି ୱାଶ ଏକ ବିଳାସପୂର୍ଣ୍ଣ କ୍ରିମି ଫେଣ ସୃଷ୍ଟି ହୋଇଥାଏ । ଏହା ୱଚାକୁ କୋମଳ ଏବଂ ସୁଗନ୍ଧିତ କରିଥାଏ । ଏହାର ହାଇଡ୍ରେଟିଂ ବଡି ଲୋସନ ପ୍ରାକୃତିକ ଅତ୍ୟାବଶ୍ୟକ ତେଲରେ ଭରପୁର । ଏହା ଶୀଘ୍ର ଅବଶୋଷିତ ହୋଇଥାଏ । ଫଳରେ ହାତ ଏବଂ ଶରୀରକୁ ସ୍ପର୍ଶ କଲେ କୋମଳ ମନେ ହୋଇଥାଏ ।ଏହି ନୂତନ ଉତ୍ପାଦ ସମ୍ପର୍କରେ ଓରିଫ୍ଲେମ୍ ମୁଖପାତ୍ର କହିଲେ, ଏସେନ୍ସ ଆଣ୍ଡ କୋ.ର ଗ୍ରୀନ୍ ମାଣ୍ଡାରିନ ଏବଂ ଅରେଞ୍ଜ୍ ବ୍ଲୋସମ୍ ହ୍ୟାଣ୍ଡ ଏବଂ ବଡ଼ି ଲୋଶନ ତଥା ୱାଶ ପ୍ରାକୃତିକ ଅତ୍ୟାବଶ୍ୟକ ତେଲରେ ସମୃଦ୍ଧ । ଏହା ତ୍ୱଚାକୁ ନରମ ଏବଂ ସୁଗନ୍ଧିତ କରିଥାଏ । ଆମେ ଆମର ବେସପୋକ ପ୍ୟାକେଜିଙ୍ଗର ସୌନ୍ଦର୍ଯ୍ୟ ଉପରେ ମଧ୍ୟ ଧ୍ୟାନ ଦେଇଛୁ । ଡର୍ମିଟୋଲୋଜିକାଲ ପରୀକ୍ଷାରୁ ଜଣାପଡ଼ିଛି ଯେ, ଏହାର ପିଏଚ୍ ସନ୍ତୁଳନ ଫର୍ମୂଲେଶନ ତ୍ୱଚାକୁ ସୁରକ୍ଷିତ ରଖିବାକୁ ସକ୍ଷମ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ