ବଦଳିଲା ମ୍ୟାଟ୍ରିକ ପରୀକ୍ଷା ଢାଞ୍ଚା
କଟକ:(ଦୀପକ୍ କୁମାର ବେଉରା) ମ୍ୟାଟ୍ରିକ ପରୀକ୍ଷା ପାଇଁ କିଛି ନୁଆ ନୀୟମ ତିଆରି କରିଛି ବୋର୍ଡ । ଏଣିକି ଆଉ ମାଟ୍ରିକ ପାଇଁ ଗୋଟିଏ ପରୀକ୍ଷା ନୁହେଁ ଦୁଇଟି ପରୀକ୍ଷା ଦେବାକୁ ପଡିବ । ସମେଟିଭ ୧ ଓ ସମେଟିଭ ୨ ଏହିଭଳି ଦୁଇଟି ପରୀକ୍ଷା କରାଯିବ ।ଏହା ସହ ଇଣ୍ଟରନାଲ ଆସେସମେଣ୍ଟ ମଧ୍ୟ ହେବ । ଉଭୟ ନବମ ଓ ଦଶମ ଶ୍ରେଣୀରେ ହେବ ଏହି ପରୀକ୍ଷା । ଇଣ୍ଟରନାଲ ଆସେସମେଣ୍ଟ ୨୦%, ପ୍ରଥମ ଟର୍ମ ପରୀକ୍ଷା ୩୦% ଓ ଦ୍ୱିତୀୟ ଟର୍ମ ବା ଫାଇନାଲ ପରୀକ୍ଷା ୫୦% ହେବ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି । ଏହାଦ୍ବାରା ରାଜ୍ୟର ଛାତ୍ରଛାତ୍ରୀ ବେଶ ଲାଭବାନ ହୋଇପାରିବେ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ।


