ଓରିଫ୍ଲେମ୍ ପକ୍ଷରୁ ଦି ୱାନ୍ ଲିପ୍ ସେନସେସନ୍ ମାଟେ ମାଉସ୍ ନ୍ୟୁଡ୍ କଲେକସନ୍ର ବଜାର ପ୍ରବେଶ
ପ୍ରତ୍ୟକ୍ଷ ବିକ୍ରି ସୁଇଡିସ୍ କସ୍ମେଟିକ୍ ବ୍ରାଣ୍ଡ୍ ଓରିଫ୍ଲେମ୍ ଇଣ୍ଡିଆ ପକ୍ଷରୁ ଦି ୱାନ୍ ଲିପ୍ ସେନସେସନ୍ ମାଟେ ମାଉସ୍ ନ୍ୟୁଡ୍ କଲେକସନ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଫୁଲ କଭରେଜ୍ ଲିପଷ୍ଟିକ୍ ବିଭିନ୍ନ ଲୋକପ୍ରିୟ ନ୍ୟୁଡ୍ ଲିପ୍ ଟ୍ରେଣ୍ଡ୍ ପାଇଁ ବେଶ୍ ଉପଯୋଗୀ ହେବ । ସେନସ୍ୟୁଆଲ୍ ଲାଟେ, ରୋଜ୍ ଏମ୍ବ୍ରାସ୍, ନ୍ୟୁଡ୍ ପାସିଅନ୍, ସ୍ପାଇସି କାରାମେଲ୍, ମୋଚେ ଏନଭେ ଏବଂ ଟେମ୍ପଟିଙ୍ଗ୍ ବୁର୍ଗୁଣ୍ଡ ଆଦିି ୬ଟି ଆକର୍ଷଣୀୟ ସେଡ୍ରେ ଉପଲବ୍ଧ ହେଉଛି । ଓଠର ଆଦ୍ରତାକୁ ବଜାୟ ରଖିଥାଏ । ଏଥିରେ ପ୍ରାକୃତିକ ଉପାଦାନ ରହିଛି । ଯାହାକି ଓଠକୁ ସତେଜ ରଖିବାକୁ ସକ୍ଷମ ହେବ । ଏହି ଅବସରରେ ଓରିଫ୍ଲେମ୍ ଦକ୍ଷିଣ ଏସିଆ ମାର୍କେଟିଙ୍ଗ୍ ବରିଷ୍ଠ ନିର୍ଦ୍ଦେଶକ ନବୀନ ଆନନ୍ଦ କହିଲେ, ଦି ୱାନ୍ ଲିପ୍ ସେନସେସନ୍ ମାଟେ ମାଉସ୍ ନ୍ୟୁଡ୍ କଲେକସନ ଉତ୍ପାଦ ଆଧୁନିକ ଭାରତୀୟ ମହିଳାଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ । ଏଥିରେ ଥିବା ପୋଷକ ତତ୍ୱ ମହିଳାଙ୍କ ଉପଯୋଗୀ ସାବ୍ୟସ୍ତ ହେବ । ଲିପଷ୍ଟିକ୍ ମହିଳାଙ୍କ ସୁନ୍ଦରତାକୁ ବଜାୟ ରଖିବାକୁ ସକ୍ଷମ ହେବ । ସୂଚନାଯୋଗ୍ୟ ଯେ, ଓରିପ୍ଲେମ୍ ୧୯୬୭ରେ ସ୍ଥାପିତ ହୋଇଥିଲା । ଏହା ବିଶ୍ୱର ୬୦ରୁ ଅଧିକ ଦେଶରେ ପ୍ରତ୍ୟେକ୍ଷ ଭାବେ ବିୟୁଟି ଉତ୍ପାଦ ବିକ୍ରି କରିଥାଏ । ଏହା ସ୍ୱଦେଶୀକୁ ପ୍ରାଥମିକତା ଦେଇଥାଏ । କମ୍ପାନୀ ବିୟୁଟି ପରାମର୍ଶ ଦେଇଥାଏ । ବିଶ୍ୱବ୍ୟାପୀ ଦାତବ୍ୟ ଅନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରି, ୱାଲ୍ଡ ଚାଇଲ୍ଡହୁଡ୍ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା । ସାମାଜିକ ଏବଂ ପରିବେଶ ନିୟାମକକୁ ଗୁରୁତ୍ୱ ପ୍ରଦାନ କରିଥାଏ ।


