ଓରିଫ୍ଲେମ୍ ପକ୍ଷରୁ ୱାଣ୍ଡର ଲାଶ୍ ଏକ୍ସଏକ୍ସଏଲ୍ ମସକରାର ବଜାର ପ୍ରବେଶ

ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି କସ୍ମେଟିକ୍ ବ୍ରାଣ୍ଡ୍ ଓରିଫ୍ଲେମ୍ ଇଣ୍ଡିଆ ପକ୍ଷରୁ ମହିଳାଙ୍କ ଉପଯୋଗୀ ନୂଆ ଦି ୱାନ୍ ୫-ଇନ୍-୧ ୱାଣ୍ଡର ଲାଶ୍ ଏକ୍ସଏକ୍ସଏଲ୍ ମସକରା ଉତ୍ପାଦର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ଲାଶ୍ ୱାର୍ପ ଜ୍ଞାନକୌଶଳରେ ପ୍ରସ୍ତୁତ । ଏହା ବର୍ଷା, ଝାଳ କିମ୍ବା ଲୁହରେ ବୋହିବ ନାହିଁ । ଏହା ପ୍ରତି ଆଧୁନିକ ମହିଳାଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ଏଥିରେ ପ୍ରାକୃତିକ ଉପାଦାନ ରହିଛି । ଯାହାକି ବେଶ୍ ସୁରକ୍ଷିତ ସାବ୍ୟସ୍ତ ହେବ । ଏହା ମହିଳାଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ । ଏଥିରେ ଡୁଆଲ୍ କୋର୍ ଜ୍ଞାନକୌଶଳ ରହିଛି । ଏଥିରେ ୫ ଇନ୍ ୧ ବୈଶିଷ୍ଟ୍ୟ ରହିଛି । ଏହି ଲାଶ୍ ୱାର୍ପ ଜ୍ଞାନକୌଶଳଯୁକ୍ତ ମସକରା ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବା ସହିତ ଆଖି ପାଇଁ ବେଶ୍ ସୁରକ୍ଷିତ ହୋଇଥାଏ । ଏହି ଅବସରରେ ଓରିଫ୍ଲେମ୍ ଦକ୍ଷିଣ ଏସିଆ ମାର୍କେଟିଙ୍ଗ୍ ବରିଷ୍ଠ ନିର୍ଦ୍ଦେଶକ ନବୀନ ଆନନ୍ଦ କହିଲେ, ଆମେ ଦି ୱାନ୍ ୫ ଇନ୍ ୧ ୱାଣ୍ଡର ଲାଶ୍ ଏକ୍ସଏକ୍ସଏଲ୍ ମସକରାର ବଜାର ପ୍ରବେଶ କରାଇଥିବାରୁ ବେଶ୍ ଉତ୍ସାହିତ । ଏହା ତ୍ୱଚା ଉପଯୋଗୀ ଅତି ଉଚ୍ଚମାନର ଉତ୍ପାଦ । ଏହା ମହିଳାଙ୍କୁ ଶ୍ରେଷ୍ଠତମ ଅନୁଭୁତି ପ୍ରଦାନ କରିବାକୁ ସକ୍ଷମ ହେବ । ଏଥିରେ ପ୍ରାକୃତିକ ନଡ଼ିଆ ତେଲର ପୋଷଣ ରହିଛି । ଓରିଫ୍ଲେମ୍ ୧୯୬୭ରେ ସ୍ଥାପିତ ହୋଇଥିଲା । ଏହା ବିଶ୍ୱର ୬୦ରୁ ଅଧିକ ଦେଶରେ ପ୍ରତ୍ୟେକ୍ଷ ଭାବେ ବିୟୁଟି ଉତ୍ପାଦ ବିକ୍ରି କରିଥାଏ । ଏହା ସ୍ୱଦେଶୀକୁ ପ୍ରାଥମିକତା ଦେଇଥାଏ । କମ୍ପାନୀ ବିୟୁଟି
ପରାମର୍ଶ ଦେଇଥାଏ । ଏହା ବିଶ୍ୱବ୍ୟାପୀ ଦାତବ୍ୟ ଅନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ଏହା ୱାଲ୍ଡ ଚାଇଲ୍ଡହୁଡ୍ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା । ଏହା ସାମାଜିକ ଏବଂ ପରିବେଶ ନିୟାମକକୁ ଗୁରୁତ୍ୱ ପ୍ରଦାନ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ