ଓରିଫ୍ଲେମ୍ ହେୟାର-ଏକ୍ସ ଆଡଭାନ୍ସଡ୍ କେୟାରର ବଜାର ପ୍ରବେଶ

(ଯୁଗାଦ୍ଦ ନ୍ୟୁଜ) ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି ସୁଇଡିସ୍ କସ୍ମେଟିକ୍ ବ୍ରାଣ୍ଡ୍ ଓରିଫ୍ଲେମ୍ ଇଣ୍ଡିଆ ପକ୍ଷରୁ ହେୟାର କେୟାର ଉତ୍ପାଦ ହେୟାର-ଏକ୍ସ ଆଡଭାନ୍ସଡ୍ କେୟାରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହା କେଶ ବୃଦ୍ଧି, ସୁରକ୍ଷା ତଥା କଣ୍ଡିସନିଂରେ ସହାୟତା କରିବ । ଏଥିରେ ସୁଇଡିସ୍ ଜ୍ଞାନକୌଶଳର ଉପଯୋଗ କରାଯାଇଛି । ଏହା ପ୍ରାକୃତିକ ପଦାର୍ଥରୁ ପ୍ରସ୍ତୁତ ହୋଇଛି । ଏଥିରେ ସୋୟାବିନ୍, ସାଫ୍ ଫ୍ଲାୱାର ସିଡ୍ ଅଏଲ୍, ଫାଇଟୋନ୍ୟୁଟ୍ରେନଂଟସ୍ ଆଦି ରହିଛି । ଏଥିରେ ପ୍ରୋଟିନ୍ ଏବଂ ଲିପିଡ୍ ରହିଛି ଯାହାକି ୯୩% ପ୍ରାକୃତିକ କେଶ ପ୍ରଦାନ କରିବାକୁ ସକ୍ଷମ ହୋଇଥାଏ । ମନୁଷ୍ୟ କେଶରେ ଥିବା ଉପାଦାନ ସହିତ ଏହାର ଉପାଦାନ ସମାନ । ଏଥିରେ ଆବଶ୍ୟକ ଫ୍ୟାଟି ଏସିଡ୍ ତଥା ଏସେନସିଆଲ୍ ଫ୍ୟାଟି ଏସିଡ୍(ଇଏଫ୍ଏ)ମହଜୁଦ୍ ରହିଛି । ଏହା କେଶକୁ କୋମଳ ଏବଂ ସୁନ୍ଦର କରିବାକୁ ବେଶ୍ ସହାୟକ ହେବ । ଏଥିରେ ଥିବା ପ୍ରୋଟିନ୍ ଏବଂ ଲିପିଡ୍ କେଶକୁ ଆବଶ୍ୟକ ପୋଷଣ ଯୋଗାଇବାକୁ ସକ୍ଷମ । ଏହି ଅବସରରେ ଓରିଫ୍ଲେମ୍ ଦକ୍ଷିଣ ଏସିଆ ମାର୍କେଟିଙ୍ଗ୍ ବରିଷ୍ଠ ନିର୍ଦ୍ଦେଶକ ନବୀନ ଆନନ୍ଦ କହିଲେ, “ ହେୟାର କେୟାର ହେୟାର-ଏକ୍ସ ଉତ୍ପାଦ କେଶର ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ । ଏଥିରେ ଥିବା ପୋଷକ ତତ୍ୱ କେଶ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ହେୟାର-ଏକ୍ସ କେଶର ସୁନ୍ଦରତାକୁ ବଜାୟ ରଖିବାକୁ ସକ୍ଷମ ହେବ ।”
ସୂଚନାଯୋଗ୍ୟ ଯେ, ଓରିଫ୍ଲେମ୍ ୧୯୬୭ରେ ସ୍ଥାପିତ ହୋଇଥିଲା । ଏହା ବିଶ୍ୱର ୬୦ରୁ ଅଧିକ ଦେଶରେ ପ୍ରତ୍ୟେକ୍ଷ ଭାବେ ବିୟୁଟି ଉତ୍ପାଦ ବିକ୍ରି କରିଥାଏ । ଏହା ସ୍ୱଦେଶୀକୁ ପ୍ରାଥମିକତା ଦେଇଥାଏ । କମ୍ପାନୀ ବିୟୁଟି ପରାମର୍ଶ ଦେଇଥାଏ । ଏହା ବିଶ୍ୱବ୍ୟାପୀ ଦାତବ୍ୟ ଅନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ଏହା ୱାଲ୍ଡ ଚାଇଲ୍ଡହୁଡ୍ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା । ଏହା ସାମାଜିକ ଏବଂ ପରିବେଶ ନିୟାମକକୁ ଗୁରୁତ୍ୱ ପ୍ରଦାନ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ