ଓଲଟିଲା ଆମ୍ବ ବୋଝେଇ ବୋଲୋରୋ ପିକଅପ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଓଲଟିଲା ଆମ୍ବ ବୋଝେଇ ବୋଲୋରୋ ପିକଅପ l ଓଡି ୦୫ ଆର ୫୨୨୪ ନଂ ଆମ୍ବ ବୋଝେଇ ବୋଲୋରୋ ପିକଅପ ଆନ୍ଧ୍ରା ରୁ କଟକ ଅଭିମୁଖେ ଯାଉଥିବା ବେଳେ ପାଲିଆ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଫଳରେ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ l ଘଟଣାର ଖବର ପାଇ ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଉଦ୍ଧାର କରିଥିଲେ l