ଓଲଟିଲା ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଗାଡି

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧିନସ୍ତ ଟାଙ୍ଗିଲିପଦର ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଓଲଟିଲା ବୋଲେରୋ ଗାଡ଼ି । ଚାଳକ ଗୁରୁତର । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ପାରାଖେମୁଣ୍ଡି ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ସ୍ଵଂପ୍ରଭା ସେଠୀଙ୍କ କାର୍ଯ୍ୟାଳୟରେ ଲାଗିଥିବା ଗାଡ଼ି ନଂ -ଓଡ଼ି୩୩ ଏଇ୬୧୧୨ ଗାଡ଼ିର ମରାମତି ସକାଶେ ଭୁବନେଶ୍ବର ଯାଇଥିଲା । ସେଠାରୁ ଗାଡ଼ିଟି ମରାମତି ହୋଇ ଫେରିବା ବେଳେ କନିଷ୍ଟ ଯନ୍ତ୍ରୀ  ଙ୍କୁ ରା.ଉଦୟଗିରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଯୋଗ ଦେଇ ପାରଳାଖେମୁଣ୍ଡିରେ ଛାଡିବା ପୂର୍ବରୁ ରାସ୍ତାଠାରୁ କିଛି ଦୂରରେ ଓଲଟି ପଡ଼ିଥିଲା ବୋଲେରୋ ଗାଡ଼ିଟି । ସ୍ଥାନୀୟ ଲୋକେ ଉଦ୍ଧାର କରି ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥଲେ । ଚାଳକ ମନୋଜ ଗମାଙ୍ଗ (୨୫) ମଦ୍ୟପାନ କରି ଗାଡି ଚଳାଉଥିବା ଯୋଗୁଁ ଦୁର୍ଘଟଣା ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କ ଛାତିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ