ଓଷ୍ଟାର ବାଂଶପାଳ ବ୍ଲକସ୍ତରୀୟ ଶିଶୁ ଉସôବ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ବାଂଶପାଳ ବ୍ଲକ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଶିଶୁ ଉସôବ ଗ୍ରାମ ପଂଚାୟତ ଭୂୟାଁ ଉଚ୍ଚ ବିଦ୍ୟାଳୟ, କରଙ୍ଗାଡିହିଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ପ୍ରାୟ ୧୧ଗୋଟି ବିଦ୍ୟାଳୟର ୧୫୦ଜଣ ଛାତ୍ରଛାତ୍ରୀ ୧୪ଟି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ବ୍ଲକ ସଭାପତି ବୈକୁଣ୍ଠନାଥ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉସôବରେ ମୁଖ୍ୟ ଅତିଥି ଭାବେ ଓଷ୍ଟା ଜିଲ୍ଲା ସଭାପତି ରଘୁନାଥ ବେହେରା,ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଆଶ୍ରମ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀକାନ୍ତ ସାହୁ,ସମ୍ମାନିତ ଅତିଥି ଭାବେ କରଙ୍ଗାଡିହି ପଂଚାୟତର ସରପଂଚ ବରୁଣ ଦେହୁରୀ,ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଜାପାନ ଦେହୁରୀ,ଓଷ୍ଟାର ଜିଲ୍ଲା ଉପସଭାପତି ମନ୍ମଥ ମହାନ୍ତ,ବ୍ଲକ ସହ ସଂପାଦକ ଲମ୍ବୋଦର ମହାନ୍ତ,ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ବ୍ଲକ ଉପସଭାପତି ବିଶ୍ୱନାଥ ବାରିକ ପ୍ରମୁଖ ଯୋଗଦେଇ ଏଭଳି ଉସôବ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ଘଟିବ ବୋଲି ମତପ୍ରକାଶ କରିଥିଲେ । ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ସମସ୍ତ ପ୍ରତିଯୋଗୀ ଆସନ୍ତା ୨୧ ଓ ୨୨ ତାରିଖ ତେଲକୋଇ ବ୍ଲକ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ, ଦେଉଳଡିହାଠାରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଶିଶୁ ଉସôବରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ସଂପାଦକ ସୁଶାନ୍ତ କୁମାର ବେହେରା,ବିଦ୍ୟାଳୟର ଶିକ୍ଷକ ଯତିନ୍ଦ୍ର କୁମାର ପ୍ରଧାନ,ସୌଭାଗ୍ୟ କୁମାର ଜେନା,ଚନ୍ଦ୍ରଭାନୁ ମହାନ୍ତ,ନୀଲ କମଲ ବାସା,ଦୟାନିଧି ରାଉତ,କ୍ଷୀରୋଦ ଚନ୍ଦ୍ର ବେହେରା ଏବଂ ସଂଜୟ କୁମାର ପଲେଇଙ୍କ ସମେତ ସମସ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ପରିଚାଳନା କରିଥିଲେ । ବରିଷ୍ଠ ସହକାରୀ ଶିକ୍ଷକ ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।