ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ଦ୍ୱିତୀୟ ବାର୍ଷିକି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓସ୍ତପୁର କୃଷି ସମବାୟ ସମିତିର ଦ୍ୱିତୀୟ ବାର୍ଷିକ ବୈଠକ ଆଜି ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ଏହି ବୈଠକରେ ସଭାପତିତ୍ୱ କରି କହିଥିଲେ ଯେ ଏହି ସମବାୟ ସମିତିରେ ନିୟମିତ ଭାବେ ସାର ଓ ବିହନ କୃଷକ ମାନଙ୍କୁ ସରକାରୀ ଦରରେ ଯୋଗାଇ ଦିଆଯାଉଛି । ଯାହା ଦ୍ୱାରାକି ଓସ୍ତପୁର ଓ କଂସାର ଦୁଇଟି ପଞ୍ଚାୟତର ୬ ହଜାରରୁ ଊର୍ଦ୍ଧ୍ୱ ଚାଷୀ ବିଶେଷ ଭାବେ ଉପକୃତ ହେଉଛନ୍ତି । ଚାଷୀମାନଙ୍କୁ ଜୈବିକ ସାର ବ୍ୟବହାର କରିବା ପାଇଁ ସଭାପତି ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ଗୋପାଳନ ଦ୍ୱାରା ଜୈବିକ ସାର ସୃଷ୍ଟି ହୋଇପାରିବ । ଫଳରେ ରାସାୟନିକ ସାରର ପରିମାଣ ଜମିରେ କମ ପ୍ରୟୋଗ ହେବ । ତେଣୁ ଚାଷୀମାନେ ଗୋପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ । ସେହିପରି ଏହି ସମିତିରେ ଥିବା ମିନି ବ୍ୟାଙ୍କ ଚାଷୀମାନଙ୍କୁ ଋଣ ପ୍ରଦାନ କରିବାରେ କିପରି ସହାୟକ ହେଉଛି ସେ ସମ୍ପର୍କରେ ସେ ବିଷଦ ଭାବରେ ବର୍ଣ୍ଣନା କରିଥିଲେ । ସମିତି ନିର୍ଦ୍ଦେଶକ ଶରତ ଚନ୍ଦ୍ର ଦାସ କହିଲେ ସମିତି କାର୍ଯ୍ୟାଳୟ ପରିସରରେ ମହାତ୍ମାଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ସେହିପରି ବର୍ତ୍ତମାନ ବାୟୁମଣ୍ଡଳ ଉତପ୍ତ ହେଉଥିବାରୁ ଚାରା ରୋପଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ ଏହି ପଞ୍ଚାୟତ ସମେତ ଆଖପାଖ ପଞ୍ଚାୟତରେ ଥିବା ଖାଲି ସ୍ଥାନ ଓ ଗୋଚର ଜମିରେ ଚାରା ରୋପଣ କରି ଅଞ୍ଚଳର ସବୁଜ ବଳୟ ସୃଷ୍ଟି କରାଯିବ । ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ ପରିପାଣ ହ୍ରାସ ପାଇବ । ସମିତି ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ରାଉତ, କବିଚନ୍ଦ୍ର ବିଶ୍ୱାଳ, ପ୍ରମୋଦ କୁମାର ରାଉତରାୟ, କୈଳାଶ ଚନ୍ଦ୍ର ବେହେରା, ବଂଶୀଧର ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ପ୍ରଧାନ, ପ୍ରେମାଞ୍ଜନ ସାହୁ, ରଜନୀକାନ୍ତ ଲେଙ୍କା, ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


