ଓହଳି ରହିଥିବା ୩୩କେଭି ବିଦ୍ୟୁତ ତାର ଲାଗି ଗାଈ ମୃତ;ଅଳ୍ପକେ ବର୍ତ୍ତିଗଲେ ୨ ନାବାଳକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାସ୍ତାକଡ଼ରେ ଓହଳି ରହିଥିବା ୩୩କେଭି ବିଦ୍ୟୁତ୍‍ ତାର ଆଘାତରେ ଏକ ଗାଈର ମୃତ୍ୟ ଘଟିଥିବା ବେଳେ ଦୁଇ ନାବାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହିଭଳି ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ପଞ୍ଚାୟତ ଅଲାରୀ ଗ୍ରାମରେ।ସୂଚନା ପ୍ରକାରେ, ଅଲାରୀ ଗ୍ରାମର ସିନୁଙ୍ଗାର ପୁଅ ଦାବିଦ ନିଜ ସାଙ୍ଗ ଜସୁଆ ସହିତ ମିଶି ଗ୍ରାମ ନିକଟରେ ଗାଈ ଚରାଇବାକୁ ଯାଇଥିଲେ। ତେବେ ଦାରିଙ୍ଗବାଡ଼ି ଅଞ୍ଚଳରେ ବିଦ୍ୟୁତ ବିତରଣ କରୁଥିବା କମ୍ପାନୀ ସାଉଥକୋର ଦାରିଙ୍ଗବାଡ଼ିଠାରୁ ବୁଡାଗୁଡ଼ାକୁ ଯାଇଥିବା ୩୩କେଭି ଭଳି ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାରଟି ପୋଲରୁ ଛିଡ଼ି ତଳକୁ ଓହିଳି ରହିଥିବା ବେଳେ ଗାଈଗୁଡ଼ିକୁ ଚରାଇବାବେଳେ ଅଚାନକ ଭାବେ ଗୋଟିଏ ଗାଈ ଛିଡ଼ି ରହିଥିବା ତାର ସଂସ୍ପର୍ଶରେ ଆସିଯିବାରୁ ଗାଈଟି ଘଟଣା ସ୍ଥଳରେ ପୋଡ଼ି ମୃତ୍ୟ ବରଣ କରିଥିବା ବେଳେ ୨ଜଣ ନାବାଳକ ମୃତ୍ୟ ମୁଖରୁ ଅଳ୍ପକେ ବର୍ତିଯାଇଥିଲେ। ବିଦ୍ୟୁତ ଆଘାତରେ ମୃତବରଣ କରିଥିବା ଗାଈର ମାଲିକ ଉମେଶ ପ୍ରଧାନ ସାଉଥକୋ ବିଭାଗ ଗାଈ ମୃତ୍ୟର କ୍ଷତିପୂରଣ ଦିଅନ୍ତୁ ବୋଲି ଦାବିକରିଛନ୍ତି। ସୂଚନା ପ୍ରକାରେ, ଦାରିଙ୍ଗବାଡ଼ି ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭାଗର ରକ୍ଷଣା ବେକ୍ଷଣା ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଗୁଡ଼ିକ ଦୁର୍ବଳ ଅବସ୍ଥାରେ ରହିଛି। ବାରମ୍ବାର ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ବିଭାଗ ତରଫରୁ ଦୁର୍ବଳ ଅବସ୍ଥାରେ ଥିବା ତାର କିମ୍ବା ପୋଲଗୁଡ଼ିକୁ ବଦଳାଯାଉନାହିଁ। ଯାହାଫଳରେ ଦିନକୁଦିନ ଅଞ୍ଚଳରେ ବିଦ୍ୟୁତ ଜନିତ ଦୁର୍ଘଟଣା ଘଟୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ