ଓ୍ଵାନ୍‌ କ୍ଲାସ୍‌, ଓ୍ଵାନ୍‌ ଟିଭି ଚ୍ୟାନେଲ୍‌ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ବଢ଼ାଇଛି : ଧର୍ମେନ୍ଦ୍ର ପ୍ରଧାନ

ପୁରୀ, (ଯୁଗାବ୍ଦ ନ୍ୟୁଜ) : ମୋଦି ସରକାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଓ୍ଵାନ୍‌ କ୍ଲାସ୍‌, ଓ୍ଵାନ୍‌ ଟିଭି ଚ୍ୟାନେଲ୍‌ ପିଲାଙ୍କୁ ଆଞ୍ଚଳିକ ଭାଷାରେ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀ ଜିଲ୍ଲା ପଣସପଦା ସ୍ଥିତ ହରିହର ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବା ଅବସରରେ ଏହା ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଦେଶ ଶିକ୍ଷା ବ୍ୟବସ୍ଥାକୁ ଯୁଗୋପଯୋଗୀ ତଥା ପ୍ରଭାବଶାଳୀ କରିବା ପାଇଁ ମୋଦି ସରକାର ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ପ୍ରଣୟନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ମନୋରଞ୍ଜନ ଆଧାରରେ ଶିକ୍ଷା ପ୍ରଦାନ, ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଓ ଆଞ୍ଚଳିକ ଭାଷା ଆଦିକୁ ଶିକ୍ଷା ନୀତିରେ ପ୍ରାଧାନ୍ୟ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଆବଶ୍ୟକତାକୁ ଦୃଷ୍ଟିରେ ମୋଦି ସରକାର ଓ୍ଵାନ୍‌ କ୍ଲାସ୍‌, ଓ୍ଵାନ୍‌ ଟିଭି ଚ୍ୟାନେଲ୍‌ କାର୍ଯ୍ୟକ୍ରମର ପରିସର ବୃଦ୍ଧି କରାଯାଇ ୨୦୦ ଟିଭି ଚ୍ୟାନେଲ୍ କରାଯାଇଛି । ଏହି ପଦକ୍ଷେପ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପିଲାଙ୍କୁ ଆଞ୍ଚଳିକ ଭାଷାରେ ଶିକ୍ଷା ପ୍ରଦାନ କରିବାରେ ସହାୟକ ହୋଇଛି ଏବଂ ଛାତ୍ରଛାତ୍ରୀଙ୍କ ଆର୍ମି ହେବା କିମ୍ବା ଡ଼ାକ୍ତର ହେବାର ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି । ହରିହର ବିଦ୍ୟାପୀଠ ୫୦ ବର୍ଷ ପୂର୍ଣ୍ଣ କରିବା ଅବସରରେ ସମାଜସେବୀ ସ୍ୱର୍ଗତ ହରିହର ସାହୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ସଂସଦ, ପ୍ରତିଷ୍ଠାତା ସଦସ୍ୟ, ଶିକ୍ଷକ, ଶିକ୍ଷୟିତ୍ରୀଗଣ, ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଉଛି । ସେ କହିଛନ୍ତି ସ୍ଥାନୀୟ ଅଞ୍ଚଳ ପ୍ରତି ହରିହର ବିଦ୍ୟାଳୟ ଅବଦାନ ଅତୁଳନୀୟ । ଏଠକାର ଛାତ୍ରଛାତ୍ରୀମାନେ ନିଜର ଅନ୍ତର୍ନିହିତ ଶକ୍ତି ଓ ସାମର୍ଥ୍ୟକୁ ବୁଝି ଭବିଷ୍ୟତ ପାଇଁ ଲକ୍ଷ୍ୟ ରଖିବା ଦରକାର । ଏକବିଂଶ ଶତାବ୍ଦୀରେ ଜ୍ଞାନ ଆହୋରଣକୁ ଟେକ୍ନୋଲୋଜି ମାଧ୍ୟମରେ ବ୍ୟାପକ ଭାବରେ ପରିପ୍ରକାଶ କରିବା ଦରକାର । ନୀଳାମ୍ବୁ ଚିଲିକା କୂଳ ନିକଟରେ ଅବସ୍ଥିତ ପଣସପଦା ଅଞ୍ଚଳ ପ୍ରତି ମୋର ବହୁତ ଆଶକ୍ତି ଅଛି । ବକ୍ସି ଜଗବନ୍ଧୁଙ୍କ ପବିତ୍ର ଭୂମିର ଏ ଅଞ୍ଚଳ ମୋତେ ବାରମ୍ବାର ପ୍ରଭାବିତ କରିଛି । ଏକବିଂଶ ଶତାବ୍ଦୀରେ ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁର ଦାୟାଦମାନେ ଆଗାମୀ ୧୦୦ ବର୍ଷର ନେତୃତ୍ୱ ନେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଉଲ୍ଲେଖନୀୟ ଯେ, ଏହି ଗସ୍ତ କାଳରେ ପ୍ରଧାନ ବ୍ରହ୍ମଗିରି ଗଡରୋଡଙ୍ଗ ଠାରେ ବିପ୍ଲବୀ ବକ୍ସି ଜଗବନ୍ଧୁ ଓ ପୂର୍ବତନ ବିଧାୟକ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ