ଓଡ଼ିଶାର ନୃତ୍ୟ ନିର୍ଦ୍ଦେଶକ ଅମିର ପତିଙ୍କ ତୃତୀୟ ଛତିଶଗଡ଼ ଚଳଚ୍ଚିତ୍ର ସଦ୍ଗୁରୁ ସତ୍ନାମ
ଭୂବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଓଡ଼ିଶାର ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ଅମିର ପତିଙ୍କ ନିର୍ଦ୍ଦେଶନାରେ ତୃତୀୟ ଛତିଶଗଡ଼ ଚଳଚ୍ଚିତ୍ର ‘ସଦ୍ଗୁରୁ ସତ୍ନାମ’ର ସୁଟିଂ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅମିର ଦୀର୍ଘ ୨୦ରୁ ୨୫ ବର୍ଷ ହେବ ଓଡ଼ିଆ ସିନେ ଚଳଚ୍ଚିତ୍ର ଜଗତରେ ଖୁବ୍ ପରିଚିତ । ସେ କୋରିଓଗ୍ରାଫି ଭାବେ ୧୦୦ରୁ ଉର୍ଦ୍ଧ୍ୱ ଓଡ଼ିଆ, ଛତିଶଗଡ଼ି, ବଙ୍ଗାଳୀ ଭାଷାରେ କାର୍ଯ୍ୟକରି ଆସୁଛନ୍ତି । ବର୍ତ୍ତମାନ ଛତିଶଗଡ଼ ସତନାମି ସମାଜର ସର୍ବଶ୍ରେଷ୍ଠ ସଦ୍ଗୁରୁ ଘାସି ଦାସଙ୍କ ଜୀବନୀ କାହାଣୀ ଉପରେ ଆଧାରିତ ‘ସଦ୍ଗୁରୁ ସତନାମ’ ତୃତୀୟ ଛତିଶଗଡ଼ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ଅମିର ପତିଙ୍କୁ ଦିଆଯାଇଛି ଯାହାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ମଧ୍ୟ ରହିଛି । ଗୁରୁ ଘାସି ଦାସଙ୍କ ଜୀବନ କାହାଣୀ ଏକ ନିଆରା । ସେ ପିଲାଟିବେଳୁ ସାଧୁସନ୍ଥଙ୍କ ସହ ଯୋଗଧ୍ୟାନରେ ଲୀନ ରହୁଥିଲେ । ଲୋକମାନଙ୍କୁ ସତ୍କର୍ମ କରିବାର ମାର୍ଗଦର୍ଶକ ଥିଲେ । ମିଛ, ଚୋରୀ, ପଶୁବଳି, ମଦ, ଜୁଆ, ଅପକର୍ମ ନକରିବାକୁ ଶିକ୍ଷା ଦେଉଥିଲେ । ସଂସାରର ବନ୍ଧନରେ ଥାଇ ମଧ୍ୟ ସତ୍ନାମ ଧର୍ମ ପ୍ରଚାର କାର୍ଯ୍ୟ କରିପାରୁଥିଲେ । ଖ୍ରୀ.ପୂ. ୧୬୫୬ରେ ଜନ୍ମ ହୋଇଥିବା ବାବା ଘାସି ଦାସ ସତ୍ନାମ ଧର୍ମକୁ ପ୍ରଚାର ପ୍ରସାର କରିଥିଲେ ଯାହା ଛତିଶଗଡ଼ର ଘାସି ଦାସ ୟୁନିଭରସିଟି ଭାରତ ପ୍ରସିଦ୍ଧ ଲାଭ କରିସାରିଛି । ଏସବୁକୁ ନେଇ ଛତିଶଗଡ଼ର ପ୍ରଥମ ଗୁରୁ ଘାସି ଦାସଙ୍କ ଚଳଚ୍ଚିତ୍ର ସୁଟିଂ କାର୍ଯ୍ୟ ଓଡ଼ିଶା, ଛତିଶଗଡ଼ରେ ଚାଲିଛି । ଏଥିରେ ଓଡ଼ିଶା ଏବଂ ଛତିଶଗଡ଼ର କଳାକାରମାନେ କାର୍ଯ୍ୟ କରୁଛନ୍ତି । ଗୁରୁ ଘାସି ଦାସଙ୍କ ଭୂମିକାରେ ଅଶ୍ୱିନୀ ବ୍ରହ୍ମା, ଲକି, ଦିପା, ମମତା, ମିଟୁ, ରଶ୍ମି, କିସ୍କୁରେ ରାଜେଶ ପାଣିଆ ପ୍ରମୁଖ କଳାକାରମାନେ କାର୍ଯ୍ୟ କରୁଛନ୍ତି । ନିର୍ଦ୍ଦେଶକ ଅମିର ପତିଙ୍କ ନିର୍ଦ୍ଦେଶନାରେ ଏହା ତୃତୀୟ ଛତିଶଗଡ଼ ଚଳଚ୍ଚିତ୍ର । ସେ ପୂର୍ବରୁ ଓଡ଼ିଶାରେ ନୃତ୍ୟ ନିର୍ଦ୍ଦେଶକଭାବେ ଭଲ୍ଗୁଲାନ, ତୁଳସୀ ଅପା ଭଳି କଳାତ୍ମକ ଚଳଚ୍ଚିତ୍ରରେ କାର୍ଯ୍ୟ କରିସାରିଛନ୍ତି ।