ଓଡ଼ିଶାର ପ୍ରଥମ ଡ୍ରାଇଭିଂ ସ୍କୁଲ ଏସ୍ପିରିଟ୍ ଟୟୋଟା ଭୁବନେଶ୍ୱରଠାରେ ଉଦ୍‌ଘାଟିତ

ଭୁବନେଶ୍ୱର,: ଭାରତରେ ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟୟୋଟା କିର୍ଲୋସ୍କର ମୋଟର ଏହାର ୧୩ତମ ଟୟୋଟା ଡ୍ରାଇଭିଂ ସ୍କୁଲ୍ ର ଉଦ୍‌ଘାଟନ କରିଛି ଏବଂ ଟୟୋଟା ଡ୍ରାଇଭିଂ ସ୍କୁଲ୍ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ଏହାଛଡା “ସେଫେଷ୍ଟ କାର ଉଇଥ୍ ସେଫେଷ୍ଟ ଡ୍ରାଇଭ” ଯାହାକି କମ୍ପାନି ର ସୁରକ୍ଷା ମିସନ କୁ ପୁରା କରିବା ସହିତ ପ୍ରତ୍ୟେକ ଛାତ୍ରଙ୍କୁ ଏକ ଜିମେଦାରି ଏବଂ ସୁରକ୍ଷିତ ଡ୍ରାଇଭର ତିଆରି କରିବା ଏହାର କର୍ତ୍ତବ୍ୟ ଅଟେ । କମ୍ପାନି ପକ୍ଷରୁ ଏହା ଓଡ଼ିଶାର ପ୍ରଥମ ଡ୍ରାଇଭିଂ ସ୍କୁଲ୍ ଅଟେ ଯାହାକି ଏସ୍ପିରିଟ୍ ଟୟୋଟା ,ଭୁବନେଶ୍ୱର ଦ୍ୱାରା ପରିଚାଳିତ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପରିବହନ କମିଶନର ଶ୍ରୀ ସଞ୍ଜିବ ପଣ୍ଡା, ଏସ୍ପିରିଟ୍ ଟୟୋଟାର ମ୍ୟାନେଜିଙ୍ଗ ଡାଇରେକ୍ଟର ସୁନୀଲ ତନୈଜା, ଟୟୋଟା କିର୍ଲୋସ୍କର ମୋଟରର ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ଏନ୍‌. ରାଜା ସମେତ ଟୟୋଟା କିର୍ଲୋସ୍କର ମୋଟର ଏବଂ ଏସ୍ପିରିଟ୍ ଟୟୋଟାର ବହୁ ଅଧିକାରୀ ଉପସ୍ଥିତ ଥିଲେ । ସମ୍ପ୍ରତି ଦେଶର କୋଚି, କୋଲକାତା, ଲକ୍ଷ୍ନୌ, ଫରିଦାବାଦ୍‌, ବିଜୟୱାଡ଼ା, ସୁରଟ, ମୁମ୍ବାଇ,ପାଲାକ୍କାଡ଼ ଆଦିଠାରେ ଗୋଟିଏ ଲେଖାଏଁ ସ୍କୁଲ ଥିବାବେଳେ ହାଇଦ୍ରାବାଦ୍ ଓ ଚେନ୍ନାଇରେ ୨ଟି କରି ମୋଟ ୧୨ଟି ଡ୍ରାଇଭିଂ ସ୍କୁଲ ରହିଛି । ଏଠାରେ କମ୍ପାନୀ ପକ୍ଷରୁ ସୁରକ୍ଷିତ ଗାଡି ଚାଳନା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ଏସବୁ ସ୍କୁଲରେ

୧. ଟ୍ରାଫିକ୍ ପରିଚାଳନା, ନିୟମ ଏବଂ ଶୃଙ୍ଖଳା
୨. ସୁରକ୍ଷିତ ଗାଡ଼ି ଚାଳନା
୩. ଚାଳକର କର୍ତ୍ତବ୍ୟ ଏବଂ ଦାଇତ୍ୱ
୪. ସାଧାରଣ ମରାମତି,
୫. ଗାଡି ଚାଳନା ଅଭ୍ୟାସ,
୬. ବିଭିନ୍ନ ପରିବେଶରେ ଡ୍ରାଇଭିଂ ଶିକ୍ଷା,
୭. କାର ବିଷୟରେ ଜାଣିବା ତଥା ଗାଡିର ଯତ୍ନ ଏବଂ ରକ୍ଷଣାବେକ୍ଷଣ
୮. ଅପାତ୍‌କାଳୀନ ମରାମତି
୯. ବ୍ୟବସ୍ତିତ ମୁଲ୍ୟାଙ୍କନ ଏବଂ ପ୍ରତିକ୍ରିୟା ଇତ୍ୟାଦି ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ