ଓଡ଼ିଶାର ୨ ପୁଲିସ କର୍ମୀଙ୍କୁ ସାହସିକତା ପାଇଁ ପୁଲିସ ପଦକ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ସ୍ୱାଧୀନତା ଦିବସ, ୨୦୨୨ ଉପଲକ୍ଷେ ଦେଶର ମୋଟ୍ ୧୦୮୨ ଜଣ ପୁଲିସ କର୍ମୀଙ୍କୁ ପଦକ ପ୍ରଦାନ କରାଯାଇଛି । ୩୪୭ ଜଣ ପୁଲିସ କର୍ମୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ବିଶିଷ୍ଟ ସେବା ପାଇଁ ୮୭ ଜଣ ପୁଲିସ କର୍ମୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଛି । ସେହିପରି ୬୪୮ ଜଣ ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ପ୍ରଦାନ କରାଯାଇଛି । ଓଡ଼ିଶା ପୁଲିସର ଦୁଇ ଜଣ ଅଧିକାରୀଙ୍କୁ ସାହସିକତା ପାଇଁ ପୁଲିସ ପଦକ ପ୍ରଦାନ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ସେମାନେ ମଧ୍ୟରେ କମାଣ୍ଡୋ କୁମାର କର୍ମୀ, କମାଣ୍ଡୋ ପୀତବାସ ପାଣ୍ଡେ, ସେହିପରି ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇଛନ୍ତି ଓଡ଼ିଶାର ଦୁଇ ପୁଲିସ ଅଧିକାରୀ । ସେମାନେ ହେଲେ, କଟକ-ଭୁବନେଶ୍ୱର ଦ୍ବେତ ନଗରୀର ଆରକ୍ଷୀ ଆୟୁକ୍ତ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ସୁରକ୍ଷା ୱିଙ୍ଗର ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସରୋଜ କୁମାର ମହାପାତ୍ର, ଅନ୍ୟପକ୍ଷରେ ୧୧ ଜଣ ଓଡ଼ିଶା ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯାଇଛି । ସେମାନେ ହେଲେ, କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ କୁମାର ନାୟକ, ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ସିଆଇଡି ଏସଟିଏଫର ଉପ ଆରକ୍ଷୀ ଆୟୁକ୍ତ ଶ୍ରୀ ସଚ୍ଚିଦାନନ୍ଦ ରଥ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ଉପ ଆରକ୍ଷୀ ଆୟୁକ୍ତ ଶ୍ରୀ ଗୁରୁପ୍ରସାଦ ଶିବଶଙ୍କର ନନ୍ଦ, ରାଉରକେଲାର ଉପ ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ବନିତା ମାଝୀ, କଟକ କ୍ରାଇମବ୍ରାଞ୍ଚ ସିଆଇଡିର ପୁଲିସ ସବଇନ୍ସପେକ୍ଟର ଶ୍ରୀ ଏନ. ତ୍ରିନାଥ ଦୋରା, ସମ୍ବଲପୁର ସ୍ପେଶଲ ସ୍କ୍ବାଡର ପୁଲିସ ଏଏସଆଇ ଶ୍ରୀ ମହମ୍ମଦ ଜାହାଙ୍ଗୀର,ମ ଝାରସୁଗୁଡ଼ା ଓଏସଏପି ଦ୍ବିତୀୟ ବାଟାଲିୟନର ହାବିଲଦାର ଶ୍ରୀ ବିଷ୍ଣୁ କୁମାର ବୁରା, ଅନୁଗୁଳ ପୁଲିସର ଡ୍ରାଇଭର ହାବିଲଦାର ଶ୍ରୀ ହୃଷିକେଶ ବାରିକ, କୋରାପୁଟ ଏସଓଜି, ଏଇଟି ଏଣ୍ଡ ଆରସିର ସହାୟକ ଆର୍ମରର୍ ଶ୍ରୀ ବସନ୍ତ କୁମାର ଡାକୁଆ, ସୁନ୍ଦରଗଡ଼ ଡିଏଫଏସଏଲର କନେଷ୍ଟବଳ ଶ୍ରୀ ଅଞ୍ଜନ କୁମାର ମହାନ୍ତି, କୋରାପୁଟ ଓଏସଏପି ତୃତୀୟ ବାଟାଲିୟନର ସିପାହୀ ଶ୍ରୀ ପ୍ରଶାନ୍ତ ପରିଡ଼ା, ଜମ୍ମୁ ଓ କଶ୍ମୀରରେ ସାହସିକ କାର୍ଯ୍ୟ କରିଥିବା ୨୦୪ ଜଣ ସୁରକ୍ଷା କର୍ମୀଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି । ବାମପନ୍ଥୀ ଉଗ୍ରବାଦ କ୍ଷେତ୍ରରେ ସାହସିକ କାର୍ଯ୍ୟ କରିଥିବା ୮୦ ଜଣ ପୁଲିସ କର୍ମୀଙ୍କୁ ସାହସିକତା ପ୍ରଦାନ କରାଯାଇଥିବା ବେଳେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ୧୪ ଜଣ ସୁରକ୍ଷାକର୍ମୀ ଏହି ପୁରସ୍କାର ପାଇଛନ୍ତି । ସାହସିକତା ପୁରସ୍କାର ପାଇବାକୁ ଥିବା ୩୪୭ ଜଣ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସିଆରପିଏଫର ୧୦୯ ଜଣ, ଜମ୍ମୁ ଓ କଶ୍ମୀର ପୁଲିସର ୧୦୮ ଜଣ, ବିଏସଏଫର ୧୯ ଜଣ, ମହାରାଷ୍ଟ୍ରର ୪୨ ଜଣ, ଛତିଶଗଡ଼ର ୧୫ ଜଣ ଏବଂ ଅନ୍ୟମାନେ ବିଭିନ୍ନ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ପୁଲିସ କର୍ମୀ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ