ବାଘୁଆ ଜଳଭଣ୍ଡାରରୁ ଦୁଇଟି ଗେଟରେ ଜଳ ନିଷ୍କାସନ

ପୋଲସରା, (ଅନିଲ କୁମାର ମହାରଣା):ବାଘୁଆ ଜଳଭଣ୍ଡାରରୁ ଦୁଇଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହୋଇଥିବା ଜଣାପଡିଛି। ବାଘୁଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୧୩.୮୫ ମିଟର ଥିବା ବେଳେ ଜଳଭଣ୍ଡାରରେ ୧୧୩.୩୭ ମିଟର ଜଳ ଗଚ୍ଛିତ ଅଛି। ବର୍ତ୍ତମାନ ବର୍ଷା ଲାଗିରହିଥିବା ବେଲେ ଜଳ ଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଓ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଅଗଷ୍ଟ ୧୩ ତାରିଖ ରାତ୍ର ୯ ଘଣ୍ଟା ସମୟରେ ବାଘୁଆ ଜଳ ଭଣ୍ଡାରରୁ ବାଘୁଆ ନଦୀରେ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛଅ ଗୋଟି ଗେଟେ ମଧ୍ୟରୁ ଦୁଇଟି ଗେଟ ଖୋଲା ହେବ ଦ୍ୱାରା ପ୍ରତି ସେକଣ୍ଡରେ ୩୦ ଘନମିଟର ଜଳ ବାଘୁଆ ନଦୀକୁ ଛଡ଼ାଯାଉଥିବା ସହ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ ପ୍ରକାଶ କରିଛନ୍ତି। ସତର୍କ ସୂଚନା ପାଇ ବିଭାଗ ପକ୍ଷରୁ ବାଘୁଆ ଜଳ ଭଣ୍ଡାରର ନିମ୍ନ ଭାଗରେ ବାଘୁଆ ନଦୀ କୁଳରେ ଥିବା ବୁଗୁଡା ଓ ପୋଲସରା ବ୍ଲକର ଗ୍ରାମବାସୀଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି। ନଦୀ ମଧ୍ୟକୁ କୌଣସି ଲୋକ ନଯିବା ପାଇଁ ଓ ଗୃହ ପାଳିତ ପଶୁ ମାନଙ୍କୁ ନଦୀ ମଧ୍ୟକୁ ନଛାଡିବା ପାଇଁ ଅନୁରୋଧ କରାଯାଇଛି। ଏହି ବିଷୟ ନେଇ ବୁଗୁଡା ଓ ପୋଲସରା ଉଭୟ ବ୍ଲକର ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ, ଅଗ୍ନିଶମ ଅଧିକାରୀ ଏବଂ ଉଭୟ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅଞ୍ଚଳର ସରପଞ୍ଚ ମାନଙ୍କୁ ମଧ୍ୟ ଅବଗତ କରାଯାଇଛି । ଅଗଷ୍ଟ ୧୪ ତାରିଖ ଦିନ ଉପର ମୁଣ୍ଡରେ ବର୍ଷା କମ ଯୋଗୁଁ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ କମିଯାଇଛି। ଯାହା ଫଳରେ ଆଉ ଅଧିକ ଗେଟ ବର୍ତ୍ତମାନ ଖୋଲାଯିବ ନାହିଁ ବୋଲି ସହ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ