ଓଡ଼ିଶା ଟେଲିକମ୍ ମାଇକ୍ରୋୱେଭ ମଜଦୁର ସଂଘ କର୍ମଚାରୀମାନଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବି.ଏସ୍‌.ଏନ୍‌.ଏଲ୍ କର୍ମଚାରୀ କାଜୁଆଲ ମଜଦୁର ସଂଘ ସେମାନଙ୍କର ୯ ଦଫା ଦାବି ନେଇ ଆଜି ବି.ଏସ୍‌.ଏନ୍‌.ଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଏହି ବିକ୍ଷୋଭ ଦାବି ପୂରଣ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସେମାନେ ଘୋଷଣା କରିଥିଲେ । ବି.ଏସ୍‌.ଏନ୍‌.ଏଲ୍‌ର ଉଚ୍ଚ କର୍ତ୍ତୃପକ୍ଷ ସେମାନଙ୍କ ଦାବି ଏବଂ ସମସ୍ୟା ନେଇ ବର୍ଷ ବର୍ଷ ଧରି କର୍ଣ୍ଣପାତ କରୁନଥିବାରୁ ଏବଂ କୋର୍ଟରେ କେସ୍ ଥିବାର ବାହାନା ଦେଖାଇ ସେମାନଙ୍କ ଦାବି ପ୍ରତି ଅଣଦେଖା କରୁଥିବାରୁ କର୍ମଚାରୀମାନେ ନିଜର ଘୋର ଅସନ୍ତୋଷ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଭବିଷ୍ୟତକୁ ବି.ଏସ୍‌.ଏନ୍‌.ଏଲ୍ କର୍ତ୍ତୃପକ୍ଷ ଅନ୍ଧାରକୁ ଠେଲି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଟି.ଏସ୍‌.ଏମ୍ ମାନଙ୍କୁ ନିର୍ଦ୍ଦିଷ୍ଟ ସ୍କିମ୍‌ରେ ଅନ୍ତର୍ଭୁକ୍ତ କରିବା ସହ ଚାକିରୀ ନିୟମିତ କରିବା, ଟି.ଏସ୍‌.ଏମ୍ ମାନଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ କରିବା, ଟି.ଏସ୍‌.ଏମ୍ ମାନଙ୍କୁ ଅବସରକାଳୀନ ଭତ୍ତା, ମେଡ଼ିକାଲ ସୁବିଧା ଏବଂ ଗ୍ରାଚୁଇଟି ପ୍ରଦାନ କରିବା, ୨୦୨୧ ଜୁଲାଇ ଠାରୁ ଟି.ଏସ୍‌୍‌.ଏମ୍ ମାନଙ୍କୁ ବକେୟା ମହଙ୍ଗାଭତ୍ତା ପ୍ରଦାନ କରିବା, କୋଭିଡ଼ରେ ମୃତ୍ୟୁବରଣ କରିଥିବା କର୍ମଚାରୀମାନଙ୍କୁ ବିଭାଗ ତରଫରୁ ଆର୍ôଥକ ସାହାଯ୍ୟ ପ୍ରଦାନ କରିବା, ମହାସଂଘର ସାଧାରଣ ସମ୍ପାଦକଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରି ଆଣିବା, ଫୋନ୍ ମେକାନିକାଲ ପରୀକ୍ଷାର ଫଳ ତୁରନ୍ତ ପ୍ରକାଶ କରିବା, ଆଉଟଡ଼ୋର୍‌ରେ କାମ କରୁଥିବା ଟି.ଏସ୍‌୍‌.ଏମ୍ ମାନଙ୍କୁ ବିଭାଗ ତରଫରୁ ସେଲ୍ ଫୋନ୍ ଓ ନେଟ୍‌ପ୍ୟାକ ପ୍ରଦାନ କରିବା ଭଳି ପ୍ରମୁଖ ଦାବିଗୁଡ଼ିକୁ କର୍ତ୍ତୃପକ୍ଷ ମାନି ନେବା ପାଇଁ ଆନ୍ଦୋଳନ କରିଛନ୍ତି । ଏପରିକି ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ୨୦୦୯ରେ କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଅନ୍ୟାନ୍ୟ କୋର୍ଟରେ କେସ୍ ଚାଲିଛି ବୋଲି କହି ଅଣଦେଖା କରି ଆସୁଛନ୍ତି । ଏଠାରେ ଉଲ୍ଲେଖଥାଉକି, ଇଷ୍ଟର୍ଣ୍ଣ ଟେଲିକମ୍ ରିଜନରେ କାର୍ଯ୍ୟ କରୁଥିବା ଟେମ୍ପୋରାରୀ ଷ୍ଟାଟସ ମଜଦୁର (ଟି.ଏସ୍‌.ଏମ୍‌) ସଂଘ ଓ ଇଷ୍ଟର୍ଣ୍ଣ ଟେଲିକମ୍ ପ୍ରୋଜେକ୍ଟରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ମୋଟ ୪୪୧ଜଣ କର୍ମଚାରୀ ସେମାନଙ୍କ ଉକ୍ତ ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ଚାଲୁ ରହିବ ବୋଲି ସଂଘର ସଭାପତି ଜନାର୍ଦ୍ଦନ ରଣସିଂ ଏବଂ ସାଧାରଣ ସମ୍ପାଦକ ଲଡୁକିଶୋର ଗୌଡ଼ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ