‘ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ’ ତରଫରୁ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସଭ୍ୟ ସଭ୍ୟା ଆନ୍ଦ୍ରପ୍ରଦେଶର ନୂତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ସାକ୍ଷାତ୍ କରି ସଂଘ ତରଫରୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ହରିଚନ୍ଦନ ଆନ୍ଦ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ଓଡିଆ ମାନେ ଖୁସି ଅଛନ୍ତି ବୋଲି ସଂଘର ସମସ୍ତ କର୍ମକର୍ତ୍ତା ମତବ୍ୟକ୍ତ କରିଥିଲେ । ମଞ୍ଚର ଅଧ୍ୟକ୍ଷ ଡଃ ନନ୍ଦନନ୍ଦନ ଦାସ ଓ ରାଜ୍ୟ ସାଧାରଣ ସମ୍ପାଦକ ଇଂ ଜଗବନ୍ଧୁ ଷଡ଼ଙ୍ଗୀଙ୍କ ସମେତ କମିଟି ସଭ୍ୟା ଉପାସନା ରାଓ, ଉପଦେଷ୍ଟା ବରିଷ୍ଠ ଆଇନ୍ଜୀବୀ ସୁଧୀର ମହାନ୍ତି, କୋଷାଧ୍ୟକ୍ଷ ଅମୀର ସାହୁ, ସହକାରୀ ସମ୍ପାଦକ ପ୍ରଭାତ କୁମାର ସାହୁ, ବିଜୟ ମହାନ୍ତି, କାମିନୀ ମୋହନ କାନୁନ୍ଗୋ, କମିଟି ସଭ୍ୟ ଗୌରପ୍ରସନ୍ନ ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ସେ ଆନ୍ଧ୍ରପ୍ରଦେଶ ଗସ୍ତ ପୂର୍ବରୁ ତାଙ୍କୁ ମଞ୍ଚ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାଧାରଣ ସମ୍ପାଦକ ତାଙ୍କୁ ମଞ୍ଚର ସ୍ମରଣିକା ‘ସଂଘର୍ଷ-୨୦୧୮’ର ଏକ କପି ହସ୍ତାନ୍ତର କରିଥିଲେ । ଶ୍ରୀଯୁକ୍ତ ହରିଚନ୍ଦନ ମଞ୍ଚ ସମାଜରୁ ଦୁର୍ନୀତି ଦୂର କରିବା ପାଇଁ ସଂଗ୍ରାମ କରୁଥିବାରୁ ଏହାର ସଭ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ