ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ତରଫରୁ ଆନ୍ତର୍ଜାତିକ ଦୁର୍ନୀତି ବିରୋଧି ଦିବସ ପାଳିତ

ଭୁବନେଶ୍ୱର, : ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ତରଫରୁ ୯ ତାରିଖ ସନ୍ଧ୍ୟାରେ ଓଡ଼ିଶା ରାଜ୍ୟ ପୁସ୍ତକ ମେଳାରେ ଥିବା ମଞ୍ଚର ଷ୍ଟଲ ନିକଟରେ ‘ଆନ୍ତର୍ଜାତିକ ଦୁର୍ନୀତି ବିରୋଧି ଦିବସ’ ପାଳନ ଲାଗି ଅଧ୍ୟକ୍ଷ ଡଃ ନନ୍ଦନନ୍ଦନ ଦାସଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ଯୋଗଦେଇ ଭାରତ ସମେତ ସାରା ପୃଥିବୀରୁ ଦୁର୍ନୀତି ହଟିବା ନେଇ ସମସ୍ତେ ସଚେତନ ଓ ପ୍ରତିଜ୍ଞାବଦ୍ଧ ହେବା ପାଇଁ ବକ୍ତବ୍ୟ ରଖିଥିଲେ । ଏହା ସହିତ ଦୁର୍ନୀତି ଦୂର କରିବା ପାଇଁ ସୂଚନା ଅଧିକାର ଆଇନ୍‌ର ଆବଶ୍ୟକତା ଜରୁରୀ ବୋଲି ପ୍ରକାଶ କରିଥିଲେ । ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ବିଶିଷ୍ଟ ଅତିଥି ରୂପେ ଯୋଗ ଦେଇଥିଲେ । ବିଶ୍ୱରୁ ଦୁର୍ନୀତି ଦୂର କରିବା ପାଇଁ ସବୁ ଦେଶର ନାଗରିକ ସଚେତନ ହେବା ସହିତ ସଂଗ୍ରାମ କରିବାର ଆବଶ୍ୟକତା ରହିଛି ଓ ଦୁର୍ନୀତି ଲୋପ ପାଇଁ କଡ଼ା ଆଇନ୍ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ମଞ୍ଚର ଅଧ୍ୟକ୍ଷ ନନ୍ଦନନ୍ଦନ ଦାସ, ପୂର୍ବତନ ଅଧ୍ୟକ୍ଷ ତଥା ପ୍ରାକ୍ତନ ଜଜ୍ ଉମାଚରଣ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ଡଃ ଜଗବନ୍ଧୁ ଷଡ଼ଙ୍ଗୀ ଓ ଉପଦେଷ୍ଟା ସୁଧୀର ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ମଞ୍ଚର ସଭ୍ୟ ଦୀନବନ୍ଧୁ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ କୁମାର ସାହୁ, ବନଜା ତ୍ରିପାଠୀ, ସୁଧାଂଶୁ ପରିଜା, ସୌଦାମିନୀ ପଣ୍ଡା, ଶିବାଶିଷ ମହାପାତ୍ର, ଖଗେଶ୍ୱର ବଳ, ମଳୟ ତ୍ରିପାଠୀ, ପ୍ରିୟବ୍ରତ ଆଚାର୍ଯ୍ୟ, ପ୍ରତାପ ସାହୁ, ଜ୍ୟୋତ୍ସ୍ନା ଦାସ, ସୁଷମା ଦାଶ, ଗୌରପ୍ରସନ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ