ଓଡ଼ିଶା ନୂତନ ଅନୁଦାନପ୍ରାପ୍ତ ଅବସର ଶିକ୍ଷକ ଓ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶା ନୂତନ ଅନୁଦାନପ୍ରାପ୍ତ ଅବସର ଶିକ୍ଷକ ଓ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଘରୋଇ ପରିଚାଳନା ସମିତି ଦ୍ୱାରା ସ୍ଥାପିତ ହୋଇଥିବା ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ଓଡ଼ିଶା ସରକାର ୨୦୦୪ ମସିହାରେ ବ୍ଲକଗ୍ରାଣ୍ଟ ଅନ୍ତର୍ଭୁକ୍ତ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ବିଦ୍ୟାଳୟ ଗୁଡ଼ିକ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପରିଣତ କରିଛନ୍ତି । ଏହି ବିଦ୍ୟାଳୟ ମାନଙ୍କରେ ଆଜିର ଦିନରେ ତାଲିମପ୍ରାପ୍ତ ଗ୍ରାଜୁଏଟ ଶିକ୍ଷକ ମାସିକ ୪୯,୬୨୫ ଟଙ୍କା ଓ ଜଣେ ପିଅନ ମାସିକ ୨୦,୮୦୨ ଟଙ୍କା ଦରମା ଆକାରରେ ପାଉଛନ୍ତି । ଆଗାମୀ ଦିନରେ ସେମାନେ ମଧ୍ୟ ସପ୍ତମ ବେତନ କମିଶନ ଆଧାରରେ ଦରମା ପାଇବାକୁ ଯାଉଛନ୍ତି । ଏହି ବିଦ୍ୟାଳୟ ମାନଙ୍କରୁ ଶିକ୍ଷକ କର୍ମଚାରୀମାନେ ୩୦ ବର୍ଷର ସେବା ପ୍ରଦାନ ପରେ ୨୦୦୭ ମସିହାରୁ ଅବସର ନେବା ମଧ୍ୟ ଆରମ୍ଭ କରିଛନ୍ତି ଯେଉଁମାନଙ୍କ ସଂଖ୍ୟା ୨୦୦୦ରୁ ଉର୍ଦ୍ଧ୍ୱ ଓ ଏବେ ମଧ୍ୟ ପ୍ରତିମାସରେ ୧୦୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଓ କର୍ମଚାରୀ ଅବସର ଗ୍ରହଣ କରୁଛନ୍ତି । ମାତ୍ର ଦୁଃଖ ଓ ପରିତାପର ବିଷୟ, ସେମାନେ ଅବସର ସମୟରେ ଶୂନ୍ୟହସ୍ତରେ ଘରକୁ ଯାଉଛନ୍ତି । ଅନ୍ୟ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଅବସର ସୁବିଧା ସହ ପେନସନ ବ୍ୟବସ୍ଥା ଥିବାବେଳେ ଆମ୍ଭମାନଙ୍କର ସେପରି କୌଣସି ବ୍ୟବସ୍ଥା ସରକାର କରିନାହାଁନ୍ତି । ଏ ସମ୍ପର୍କରେ ସଂଘ ତରଫରୁ ଗତ ମେ ମାସରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ସଚିବ, ଶିକ୍ଷା ନିର୍ଦ୍ଦେଶକ, ମାନ୍ୟବର ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହାର କୌଣସି ସୁଫଳ ଏପର୍ଯ୍ୟନ୍ତ ମିଳିନାହିଁ । ଏଥିମଧ୍ୟରେ ପ୍ରାୟତଃ ଅର୍ଦ୍ଧାଧିକ ବିଧାୟକମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇଛୁ । ଏଣୁ ଯଦି ୨୪.୦୭.୨୦୨୨ ମଧ୍ୟରେ ସରକାର ଓଡ଼ିଶା ନୂତନ ଅନୁଦାନପ୍ରାପ୍ତ ଅବସର ଶିକ୍ଷକ ଓ କର୍ମଚାରୀ ଙ୍କ ସମସ୍ୟା ସମ୍ପର୍କରେ ସଂଘ ସହ କୌଣସି ଆଲୋଚନା ନକରନ୍ତି, ତେବେ ୨୫.୦୭.୨୦୨୨ରିଖ ଠାରୁ ପବିତ୍ର ବିଧାନସଭା ସମ୍ମୁଖରେ ଆହୋରାତ୍ର ଧାରଣାରେ ବସିବୁ ବୋଲି ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା ନୂତନ ଅନୁଦାନପ୍ରାପ୍ତ ଅବସର ଶିକ୍ଷକ ଓ କର୍ମଚାରୀ ସଂଘର ସଭାପତି ଗରୁଡ଼ ଚନ୍ଦ୍ର ସାହୁ, ସମ୍ପାଦକ ରଞ୍ଜନ କୁମାର ପଣ୍ଡା, ଉସସଭାପତି ପ୍ରେମାନନ୍ଦ ନାୟକ, ସୁବାସ ଚନ୍ଦ୍ର ସାହୁ, ଭଞ୍ଜକୃଷ୍ଣ ଦାସ, ଉପଦେଷ୍ଟା ମଣ୍ଡଳୀ ରମାକାନ୍ତ ମହାପାତ୍ର, ତପନ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ