ଏରସମା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଓ ପିଅନ ନିଯୁକ୍ତି ଦାବିରେ ଗଣଧାରଣା
ଜଗତସିଂହପୁର, (ଅଭିଷେକ ତ୍ରିପାଠୀ ) :-ସରକାରୀ ବିଦ୍ୟାଳୟ ଗୁଡିକ ର ଦୋଷ ଓ ଦୁର୍ବଳତା କୁ ଲୁଚେଇବାକୁ ଯାଇ ଗତମାସ ରେ ଗଣମାଧ୍ୟମ କୁ ବିଦ୍ୟାଳୟକୁ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା I ହେଲେ ନିଜର ପାରିବାପଣିଆ ଉପରେ ଏବେ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ ଓ ସମାଜସେବୀ ଆଜି ନିଜର ଗାଁ ମାଟିପାଇଁ ଗଣଧାରଣା କୁ ଓଲ୍ହାହି ଛନ୍ତି ବହୁଦିନ ହେବ ଏରସମା ଉଚ୍ଚ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଓ ପିଅନ ନ ଥିବାରୁ ଏ ନେଇ ଶିକ୍ଷା ମଣ୍ଡଳଅଧିକାରୀ ଓ ଜିଲ୍ଲାପାଳ ଙ୍କୁ ଦରଖାସ୍ତ ମାଧ୍ୟମରେ ଜଣାଇଥିଲେ |ଏହାର ସମାଧାନ ପାଇଁ ଆଗାମୀ ଏକ ସପ୍ତାହ ଶିକ୍ଷକ ଓ ପିଅନ ନିଯୁକ୍ତି କରାଯିବ ବୋଲି ପ୍ରତିଶୃତି ପାଇଥିଲେ ହେଲେ ଯଥା ପୂର୍ବ ତଥା ପରଂ ଏବେ ଯାଏ ଏହା ର ସମାଧାନ ନହେବାରୁ ସ୍କୁଲ ପରିଚାଳନା କମିଟି ର ପ୍ରକାଶ ମହାନ୍ତି ମୋ ସ୍କୁଲ ଅଭିଯାନ ର ସଦସ୍ୟ ଧୀରେନ୍ଦ୍ର ଚୌଧୂରୀ ଓ ସଚେତନ ନାଗରିକ ମଞ୍ଚର ସଭାପତି ପ୍ରବୀର ପଣ୍ଡା, ସମ୍ପାଦକ ଜ୍ଞାନରଞ୍ଜନ ଦାସ ଓ ଅନ୍ୟାନ୍ୟ ସାମାଜିକ କର୍ମୀମାନେ ଓ ବୁଦ୍ଧିଜୀବୀ ମାନେ ଏରସମା ଉଚ୍ଚ ବିଦ୍ୟାଳୟ ଠାରେ ପହଁଚି ସେଠାରେ ଗଣ ଧାରଣା ରେ ବସିରହିଥିଲେ | ଆଗାମୀ ଦିନରେ ଏହାର ସମାଧାନ କରାନଗଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ |


