ଓଡ଼ିଶା ପୁଲିସ ମହାନିର୍ଦେଶକଙ୍କ ସିଆରପିଏଫ୍ ଶିବିର ପରିଦର୍ଶନ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶା ପୁଲିସ ମହାନିର୍ଦେଶକ ଅଭୟ ରବିବାର କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ସିଆରପିଏଫର ନକ୍ସଲ୍ ବିରୋଧୀ ଶିବିରର ପରିଦର୍ଶନ କରିଥିବା ଜଣାଯାଇଛି। ପୁଲିସ ମହାନିର୍ଦେଶକ ଅଭୟ ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମଣଖୋଲରେ ଥିବା ସିଆରପିଏଫର ନକ୍ସଲ୍ ବିରୋଧୀ ଶିବିରର ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ସୈନିକ ସମ୍ମିଳନୀରେ ଯ‌ୋଗ ଦେବା ସହ  ଜିଲ୍ଲାରେ ନକ୍ସଲ୍ ବିରୋଧୀ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି । ଏହାଛଡ଼ା ପୁଲିସ ମହାନିର୍ଦେଶକ ଜିଲ୍ଲା ପୁଲିସର କନେଷ୍ଟବଳ ଜିତେନ୍ଦ୍ର ନାୟକ ଓ ତପନ ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟର‌େ ତାଙ୍କ ସହ ଗୁଇନ୍ଦା ବିଭାଗ ନିର୍ଦେଶକ, ଏସଡିଜି,ସିସିଆରପିଏଫ ଆଇଜି ଏବଂ ଆଇଜି ଅପରେସନ୍ ପ୍ରମୁଖ ଯୋଗ ଦେଇଥିବା ଜଣାଯାଇଛି।  ଏହି ଅବସରରେ ଓଡ଼ିଶା ପୁଲିସ ଓ ସିସିଆରପିଏଫ ମିଳିତ ଭାବେ ମାଓ ଗତିବିଧିକୁ ପ୍ରତିହତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କର ମନୋବଳ ଉଚ୍ଚ ଅଟେ ବ‌ୋଲି ପୁଲିସ୍ ମହାନିର୍ଦେଶକ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ