ଓଡ଼ିଶା ରାଜ୍ୟ ଅସଂଗଠିତ ଶ୍ରମିକ ସଂଘ ସମନ୍ୱୟ କମିଟିର ଗଣଧାରଣା ଓ ବିକ୍ଷୋଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନିର୍ମାଣ ଓ ଅସଂଗଠିତ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ସମ୍ବଳିତ ୧୭ ଦଫା ଦାବୀ ପୂରଣ ପାଇଁ ରାଜ୍ୟ ଅସଂଗଠିତ ଶ୍ରମିକ ସଂଘ ସମନ୍ୱୟ କମିଟି ତରଫରୁ ଓଡ଼ିଶା ଶ୍ରମ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । କମିଟିର ଆବାହକ ଶ୍ରୀ ନୃସିଂହ ଚରଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମିଟିର ସାଧାରଣ ସମ୍ପାଦକ ଦୀନବନ୍ଧୁ ସାହୁ, ସଂଗଠନ ସମ୍ପାଦକ ନାରାୟଣ ନାୟକ, ସହ ସମ୍ପାଦକ ରମେଶ ଜେନା, ସହ ସଂଯୋଜକ ଧୀରେନ୍ଦ୍ର ନାୟକଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଶ୍ରମିକନେତା ଶ୍ରୀ ଗଦାଧର ପ୍ରଧାନ, ଅମିୟ ନାୟକ, ଅମୂଲ୍ୟ ମଳିକ, ଯଶୋବନ୍ତ ଭୂୟାଁ, ବସନ୍ତ କୁମାର ସାହୁ, ଲୋକନାଥ ପଲେଇ, ଶୁଭାଶିଷ ନାୟକ, ଅମୂଲ୍ୟ କୁମାର ଭୋଇ, ଭାସ୍କର ନାୟକ, ଲକ୍ଷ୍ମୀନାରାୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ନୃସିଂହ ଚରଣ ମିଶ୍ର, ଦୀନବନ୍ଧୁ ସାହୁ, ନାରାୟଣ ନାୟକ, ରମେଶ ଜେନା, ଗଦାଧର ପ୍ରଧାନ, ଶୁଭାଶିଷ ନାୟକ,ଲୋକନାଥ ପଲେଇ ପ୍ରମୁଖ ଏକ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ଚ୍ୟାଉପଟ୍ଟନାୟକଙ୍କୁ ଭେଟି ଦାବୀପତ୍ର ଉପରେ ଆଲୋଚନା କରିଥିଲେ । କର୍ତ୍ତୃପକ୍ଷ ଦାବୀପୂରଣ ପାଇଁ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହତୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ