‘ଓଡ଼େଶା ଭବନ’ରେ ନିଃଶୁଳ୍କ ହାର୍ଟ ପରୀକ୍ଷା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ରୋଟାରୀ କ୍ଲବ ଶାଶ୍ୱତ ଓ ଭୁବନେଶ୍ୱର ଆପୋଲୋ ହସପିଟାର ମିଳିତ ସହଯୋଗରେ ଏକ ନିଃଶୁଳ୍କ ହାର୍ଟ ପରୀକ୍ଷା ଶିବିର ସ୍ଥାନୀୟ ‘ଓଡ଼େଶା ଭବନ’ରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ପ୍ରାକ୍ତନ ସଭାପତି ତଥା ଯୁବ ଉଦ୍ୟୋଗୀ ଲକ୍ଷ୍ମୀନାରାୟଣ ମହାନ୍ତି ଏହି ଶିବିରକୁ ଉଦଘାଟନ କରିଥିଲେ । ଏହିଭଳି ଶିବିର ସହରବାସୀଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏହି ଶିବିର ସକାଳ ୯ ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ରକ୍ତଚାପ, ରକ୍ତ ପରୀକ୍ଷା ସହ ଇସିଜି କରାଯାଇ ଡାକ୍ତରଙ୍କ ଦ୍ୱାରା ପରାମର୍ଶ ଦିଆଯାଇଥିଲା । ୧୫୦ରୁ ଅଧିକ ବ୍ୟକ୍ତି ଏହି ଶିବିରରେ ଡାକ୍ତର ଦେଖାଇ ବିଭିନ୍ନ ପରୀକ୍ଷା କରାଇଥିଲେ । ଆପୋଲୋ ଭୁବନେଶ୍ୱରରୁ ଆସିଥିବା ଡାକ୍ତର ଡା. ସୌମ୍ୟ ମଙ୍ଗରାଜ, ଟେକନିସିଆନ୍ ବିଶ୍ୱଜିତ୍ ବଳ, ଦିବ୍ୟଜ୍ୟୋତି ତ୍ରିପାଠୀ, ମାନସ ନାୟକ, ଶିବପ୍ରସାଦ ବେହେରା ପ୍ରମୁଖ ଏହି ଶିବିରରେ ସମସ୍ତ ପରୀକ୍ଷା କରିଥିଲେ । ରୋଟାରୀ କ୍ଲବ ଶାଶ୍ୱତର ସଦସ୍ୟ ଇଂ. ସୁଗତ ବୋଷ, ବିଜୟ ଦାସ, ଅନୀଲ୍ ପଣ୍ଡା, ହୃଷୀକେଶ ସାହୁ, ଉଜ୍ଜ୍ୱଳ ପ୍ରଧାନ, ଗୌରୀ ଚରଣ ଗିରି, ନଟବର ପ୍ରଧାନ, ଦେବାଶୀଷ ଚକ୍ରବର୍ତ୍ତୀ ପ୍ରମୁଖ ସ୍ଥାନୀୟ ସରପଞ୍ଚ ମୁକୁନ୍ଦ ଭାରତୀ, ମନୋରଂଜନ ମହାନ୍ତି, ଜିତେନ ଲେଙ୍କା ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ରୋଟାରିଆନ ସୁରେଶ ଚନ୍ଦ୍ର ସାହୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ