ଓୟୁଜେ ପକ୍ଷରୁ ଜାତୀୟ ପ୍ରେସ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ସାମ୍ବାଦିକ ସଙ୍ଘ (ଓୟୁଜେ) ବାଲେଶ୍ୱର ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ସହରର ଷ୍ଟେସନ କ୍ଲବ ପରିସରରେ ବୁଧବାର ପାଳିତ ହୋଇଯାଇଛି । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ନବ ଭାରତ ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଲେଶ୍ୱରର ସାମ୍ବାଦିକଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ଯେ କୌଣସି ଜରୁରୀକାଳୀନ ସ୍ଥିତିରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶାସନକୁ କରୁଥିବା ସହଯୋଗ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ଉଦାହରଣ ହୋଇଛି ବୋଲି ସେ କହିଥିଲେ । ଷ୍ଟେସନ କ୍ଲବର ସଭାପତି ଗିରିଜା ଶଙ୍କର ଦାସ, ଓୟୁଜେର ଉପଦେଷ୍ଟା ଶିବଦାସ କୁଣ୍ଡୁ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାମନାରାୟଣ ଶତପଥୀ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ରଶ୍ମିରଞ୍ଜନ ଦାସ, ଅମୀୟ ମହାନ୍ତି, ବିପ୍ଲବ କୁମାର ମହାନ୍ତି, ଶୁଭେନ୍ଦୁ ଦାସ ପ୍ରମୁଖ ସାମ୍ବାଦିକ ଓ ଖବରକାଗଜ ସମ୍ପାଦକ ବକ୍ତବ୍ୟ ପ୍ରଦାନ କରିଥିଲେ । ଓୟୁଜେ ଜିଲା ସଭାପତି ଗଙ୍ଗାଧର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ପାଦକ ବିବେକାନନ୍ଦ ଦାସ ବିବରଣୀ ଉପସ୍ଥାପନ କରିଥିଲେ । ଉପ-ସଭାପତି ମାନସ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମନୋଜ କୁମାର ରାଉଳ ସ୍ୱାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ବାଲେଶ୍ୱରର ଦିବଂଗତ ସାମ୍ବାଦିକ ସୁଶାନ୍ତ କୁମାର ବେହେରାଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସଂଘର ଟାଉନ ସଭାପତି ହାଇଦର ଖାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁରେଶ ଚନ୍ଦ୍ର ଦାସ, ରତିକାନ୍ତ ପାତ୍ର, ଶିଶିର ଦାସ, ଆଷୁତୋଷ ମଲ୍ଲିକ, ଉବାଚକ ମହାନ୍ତି, ପ୍ରସନ୍ନଜିତ ଆଶ ପ୍ରମୁଖ ସଂଘର ସଦସ୍ୟମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।