(ଓ.କେ.ସି.ଏଲ)ର କମ୍ପୁଟର ପାଠ୍ୟ କ୍ରମର ପ୍ରଚାର ଓ ପ୍ରସାର
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ପରିସରରେ ଟାକ୍ସଓଲସୂଚନା ଓ ବୈଷୟକ ଶିକ୍ଷାନୁଷ୍ଠାନ ଟିଆଈଆଈଟି ହୁମ୍ମା ପକ୍ଷରୁ ଓଡିଶା ଜ୍ଞାନ ନିଗମ (ଓ.କେ.ସି.ଏଲ)ର କମ୍ପୁଟର ପାଠ୍ୟ କ୍ରମର ପ୍ରଚାର ଓ ପ୍ରସାର ପାଇଁ ଏକ ସଚେତନ ରଥକୁ ସବୁଜ ପତାକା ଦେଖାଇ ଗଞ୍ଜାମ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଶୁଭାରମ୍ଭ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ହୁମ୍ମା ପଞ୍ଚାୟତ ର ସମିତି ସଭ୍ୟ ଧୁର୍ବଚରଣ ପଲାଇ, ସରପଞ୍ଚ ଜାନକୀ ଦାସ, ପୁର୍ବତନ ବ୍ଳକ ଅଧକ୍ଷ ସୁରଥ ପାହାନ, ଖଣ୍ଡ ଦେଉଳି ସରପଞ୍ଚ ବୈରାଗୀ ବେହେରା, ମଲାଡ଼ ସମିତି ସଭ୍ୟ ପ୍ରତିନିଧି ଲିଙ୍ଗରାଜ ମହାପାତ୍ର, ସନ୍ତୋଷ ପୁର ସମିତି ସଭ୍ୟ ପ୍ରତି ନିଧି ଏସ.ରାମଚନ୍ଦ୍ର ରେଡ୍ଡୀ, ସନ୍ତୋଷ ପୁର ସରପଞ୍ଚ ପ୍ରତି ନିଧି ଭୀମସେନ ସାହୁ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କାମ୍ପୁଟରଶିକ୍ଷା ଅନୁଷ୍ଠାନ ପରିଚାଳକ ପି. ବିଜୟ ଭାସ୍କର ରେଡ୍ଡୀ ।