ଔଷଧ ଦୋକାନୀର ଭୁଲ ଇଞ୍ଜେକ୍ସନ ଯୋଗୁ ଛାତ୍ରର ମୃତ୍ୟୁ ଅଭିଯୋଗ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମେଡ଼ିସିନ ଦୋକାନୀ ବା କ୍ଵାକ ଙ୍କ ଭୁଲ ଚିକିତ୍ସା ଓ ଇଞ୍ଜେକ୍ସନ ଦେବା ଯୋଗୁ ଜଣେ ନବମ ଶ୍ରେଣୀ ଛାତ୍ର ଙ୍କ ମେଡ଼ିସିନ ଦୋକାନ ବାରଣ୍ଡା ରେ ମୃତ୍ୟୁ ହୋଇଥିବା ନେଇ ଏକ ଦୁଃଖଦ ଘଟଣା ସାମ୍ନା କୁ ଆସିଛି
ପ୍ରାପ୍ତ ସୂଚନା ମୁତାବକ ସାହାରପଡା ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀରେ ପଢୁଥିଲେ ମୃତ ଛାତ୍ର ସୁକୋଦେବ ମୁଣ୍ଡା, ଛାତ୍ର ଜଣଙ୍କ ର କାଛୁ କୁଣ୍ଡିଆ ରୋଗ ହୋଇଥିବାରୁ ସେ ତାଙ୍କ ବାପାଙ୍କ ସହ ସାହାରପଡା ବଜାର ରେ ଥିବା ସର୍ବେଶ୍ୱର ମେଡିସିନ ଦୋକାନ ଔଷଧ କିଣିବାକୁ ଯାଇଥିଲେ ଛାତ୍ରଙ୍କ କୁଣ୍ଡିଆ ଦେଖି ମେଡ଼ିସିନ ଦୋକାନୀ ମନୋଜ ମହାନ୍ତ କୁଣ୍ଡିଆ ଶୀଘ୍ର ଭଲ ହେଇଯିବ ଔଷଧ ସହିତ ଗୋଟେ ଇଞ୍ଜେକ୍ସନ ଦେବା କହି ବଟିକା ବଦଳରେ ଇଂଜେକସନ ଦେଇଦେଇଥିଲେ ଛାତ୍ର ଜଣଙ୍କୁ ଔଷଧ ଦୋକାନୀ ଇଂଜେକସନ ଦେବାର ୧ ମିନିଟ ମଧ୍ୟରେ ଦୋକାନ ବାରଣ୍ଡା ରେ ହିଁ ଟଳି ପଡିଥିଲେ ଛାତ୍ର ଜଣକ,ସେଠାରୁ ଛାତ୍ର ଙ୍କୁ ସଙ୍ଗେ ସଙ୍ଗେ କରଞ୍ଜିଆ ମେଡ଼ିକାଲ ଆଣି ଭର୍ତ୍ତି କରୁ କରୁ ଡାକ୍ତର ଛାତ୍ର ଜଣଙ୍କୁ ମୃତ ଘୋଷଣା କରିଥିଲେ,ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସାହାରପଡା ବଜାରରେ ଥିବା ସର୍ବେଶ୍ୱର ଔଷଧ ଦୋକାନରେ ଏଭଳି ଅଘଟଣ ହୋଇଛି ଯେଉଁଠି ଔଷଧ ଦୋକାନୀ ମନୋଜ ମହାନ୍ତ ଛାତ୍ର ଙ୍କୁ ଇଞ୍ଜେକ୍ସନ ଦେଇଥିଲେ ,ସାହାରପଡା ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀରେ ପଢୁଥିଲେ ମୃତ ଛାତ୍ର ସୁକୋଦେବ ମୁଣ୍ଡା,ତେବେ ସାମାନ୍ୟ ରୋଗରେ ଭୁଲ ମେଡ଼ିସିନ ପାଇଁ ଅକାଳରେ ଛାତ୍ର ଜଣକ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଉଭୟ ସ୍କୁଲ କତ୍ତୃପକ୍ଷ ଓ ପରିବାର ଲୋକ।ସେହିପରି ମୃତ ଛାତ୍ର ଜଣକ ଘର କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ଧରପଦା ଗାଁରେ ବୋଲି ଜଣାପଡିଛି ଶେଷ ଖବର ପର୍ଯ୍ୟନ୍ତ ଛାତ୍ରଙ୍କ ପିତା ଓ ସ୍କୁଲ କର୍ତ୍ତୃପକ୍ଷ ଔଷଧ ଦୋକାନୀଙ୍କ ନାମରେ ଥାନାରେ ଏତଲା ଦେବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ