କଂଗ୍ରେସକୁ ଆହ୍ଲାବାଦ୍ ହାଇକୋର୍ଟଙ୍କ ନୋଟିସ୍ ଓ ପ୍ରଶ୍ନ ଏହା କ’ଣ ମତଦାତାଙ୍କୁ ଲାଞ୍ଚ ସଦୃଶ ନୁହେଁ?

ପ୍ରୟାଗରାଜ୍(ଏଜେନ୍ସି): ଚଳିତ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଘୋଷଣା ପତ୍ରରେ ‘ନ୍ୟାୟ’ ଯୋଜନା ଅନୁସାରେ ଗରୀବଙ୍କୁ ବର୍ଷକୁ ୭୨ହଜାର ଟଙ୍କା ଦେବାନେଇ ପ୍ରତିଶ୍ରୁତି ଦିଆଯାଇଥିଲା । ଏନେଇ ବିପକ୍ଷ ଦଳ କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଆହ୍ଲାବାଦ୍ ହାଇକୋର୍ଟରେ ଆଜି ଏହି ମାମଲାର ଶୁଣାଣି ହୋଇଛି । ବିଚାରପତି ସୁଧିର ଅଗ୍ରୱାଲ ଓ ରାଜେନ୍ଦ୍ର କୁମାରଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ କଂଗ୍ରେସର ଉକ୍ତ ଘୋଷଣା ଉପରେ ନୋଟିସ୍ ଜାରି କରିବା ସହ ପ୍ରଶ୍ନ କରିଛନ୍ତି । ଖଣ୍ଡପୀଠ କହିଛନ୍ତିି ଯେ, ଘୋଷଣା ପତ୍ରରେ ଏପ୍ରକାର ପ୍ରତିଶ୍ରୁତି ଦେବା କ’ଣ ମତାଦାତାଙ୍କୁ ଲାଞ୍ଚ ଦେବା ସଦୃଶ ନୁହେଁ କି? କ’ଣ ପାଇଁ ଦଳ ବିରୋଧରେ କଟକଣା ଓ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ? ତେବେ କଂଗ୍ରେସ ଏପ୍ରକାର ନିର୍ବାଚନ ଇସ୍ତାହାର ଉପରେ ନିର୍ବାଚନ ଆୟୋଗ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ସେନେଇ ହାଇକୋର୍ଟ ଏହି ମାମଲାରେ ନିର୍ବାଚନ ଆୟାଗଙ୍କୁ ମଧ୍ୟ ଜବାବ ତଲବ୍ କରିଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ନିଜ ପକ୍ଷ ରଖିବାକୁ କୋର୍ଟ କଂଗ୍ରେସ ଏବଂ ନିର୍ବାଚନ ଆୟୋଗଙ୍କୁ ସମୟ ଦେଇଛନ୍ତି । ଏଭଳି ଘୋଷଣାପତ୍ର ଲାଞ୍ଚକୁ ପ୍ରୋତ୍ସାହନ ଦେବା ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କରାଯାଇଛି ବୋଲି ବିପକ୍ଷ ଦଳଙ୍କ ପକ୍ଷରୁ ଆଇନଜୀବୀ ମୋହିତ୍ କୁମାର ଅଭିଯୋଗପୂର୍ବକ ହାଇକୋର୍ଟରେ ଆବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ