ଅମୃତସରରୁ ବିଜେପି ପ୍ରାର୍ଥୀ ସନ୍ନି ଦେଓଲ!

ନୂଆଦିଲ୍ଲୀ(ଏଜେନ୍ସି): ବଲିଉଡ୍ର ଆକ୍ସନ ହିରୋ ସନ୍ନି ଦେଓଲ ଖୁବ୍ଶୀଘ୍ର ବିଜେପିରେ ମିଶିବେ । ଚଳିତ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ତାଙ୍କୁ ପଞ୍ଜାବର ଅମୃତସରରୁ ଟିକଟ୍ ଦେଇପାରେ । ଶନିବାର ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଦିଲ୍ଲୀଠାରେ ସନ୍ନି ଦେଓଲଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ସମୟରେ ଶାହ ସନ୍ନିଙ୍କୁ ବିଜେପି ଟିକଟରେ ଅମୃତସର ଆସନରୁ ଲୋକସଭା ଲଢ଼ିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ, ପଞ୍ଜାବରେ ବିଜେପି ଶିରୋମଣି ଅକାଳି ଦଳ ସହ ମେଣ୍ଟ କରିଛି । ମେଣ୍ଟ ଅନୁଯାୟୀ ବିଜେପି ଅମୃତସର, ଗୁରଦାସପୁର ଓ ହୋସିଆରପୁରରେ ପ୍ରାର୍ଥୀ ଦେବ । ବାକି ଆସନରେ ଅକାଳି ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ । ତେଣୁ ବିଜେପି ଅମୃତସର ଆସନରୁ ସନ୍ନିଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି । ବୈଠକ ପରେ ସନ୍ନି କହିଛନ୍ତି, ତାଙ୍କୁ ନେଇ ଯେଉଁ ଆଲୋଚନା ହେଉଛି, ସେ ସମ୍ପର୍କରେ ସେ ଅବଗତ ରହିଛନ୍ତି । ସେ କେବଳ ସୌଜନ୍ୟମୂଳକ ଭାବେ ଶାହଙ୍କୁ ସାକ୍ଷାତ କରିଛନ୍ତି । ସୂଚନାଯୋଗ୍ୟ, ବିଜେପି ଅମୃତସର ଆସନରେ ସନ୍ନି ଦେଓଲଙ୍କୁ ଟିକଟ୍ ଦେବାକୁ ଚାହୁଁଥିବା ବେଳେ ଗୁରଦାସପୁରରେ ଦିବଂଗତ ବିନୋଦ ଖାନ୍ନାଙ୍କ ପତ୍ନୀ କବିତା ଖାନ୍ନା କିମ୍ବା ପୁଅ ଅକ୍ଷୟ ଖାନ୍ନାଙ୍କୁ ପ୍ରାର୍ଥୀ କରିବାକୁ ଲକ୍ଷ୍ୟ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ