କଂଗ୍ରେସର କର୍ମୀ ସମ୍ମିଳନୀ       

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ପାର୍ତଡା ପଞ୍ଚାୟତରେ କାଶୀନଗର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ବିଶାଳ କର୍ମି ସମ୍ମୀଳନିର ଆୟୋଜିତ ହୋଇଯାଇଛି । ଏହି ଅବସରରେ କାଶୀନଗର ବ୍ଲକ ସଭାପତି ଶ୍ରୀ ରାମପ୍ରଶାଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିରଏହି କାର୍ଯ୍ୟକ୍ରମରେ ପାର୍ତଡା ପଞ୍ଚାୟତ, ଖଆରଡଆପତ୍ବ,ଶିତାପୁରୁ ପଞ୍ଚାୟତର ନେତା କର୍ମୀମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଆଜି ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ର ପୂର୍ବତନ ମୂଖ୍ୟ ଶାସନ ସଚିବ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ର ଚେୟାରମେନ ଶ୍ରୀ ବିଜୟ କୁମାର ପଟ୍ଟନାୟକ, କଂଗ୍ରେସ ଦଳର ପୂର୍ବତନ ଜିଲ୍ଲା ସଭାପତି ବିଭୁତି ପାତ୍ର, କୃଷ୍ଣଚନ୍ଦ୍ର ପାତ୍ର, ବସନ୍ତ କୁମାର ପଣ୍ଡା,ଦିପନ ରଇତ, ଭୁବନେଶ୍ୱର ନାୟକ, କୁନା ମାଝୀ,ମଜେସ ରଚିତ,ଗାସିନ ମଣ୍ଡଳ,ଦିପନ ମଣ୍ଡଳ ଅଭିର ଭୁୟାଁ,ସାଇବ ଭୁୟାଁ,ପାଷ୍ଟର ରିତା, ସୁବାସ ପାତ୍ର ପ୍ରମୁଖ ଉପସ୍ଥିତ ରହି ବୈଠକ ରେ ଅନେକ ବିଷୟରେ ଆଲୋଚନା ହୋଇଥିଲା ! ବିଜେପି ଦଳର ଦେଶରେ ବିଫଳତା ଉପରେ ଆଲୋଚନା ସମାଲୋଚନା ହୋଇଥିବା ବେଳେ ବର୍ତମାନ ୨୩ ବର୍ଷ ରାଜ୍ୟ ରେ ବିଜେଡ଼ି ସରକାର ଙ୍କ ବିଫଳତା ଉପରେ ବର୍ଷିଛନ୍ତି ସମସ୍ତ ନେତା କର୍ମୀମାନେ । ଆସନ୍ତା ୨୦୨୪ ମସିହାରେ ପାରଳଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ପୂର୍ପବତନ ମୁଖ୍ୟ ଶାସନସଚିବ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ର ଚେୟାରମେନ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଙ୍କୁ ବିଧାନସଭା ପ୍ରାର୍ଥୀ ହେବା ପାଇଁ କାଶୀନଗର ବ୍ଲକ ର ଆସିଥିବା ତିନୋଟି ପଞ୍ଚାୟତ ର ନେତା କର୍ମୀମାନେ ଉତ୍ସାହର ସହିତ ଶୁଭେଚ୍ଛା ଜଣାଇବା ସହିତ ପ୍ରାର୍ଥୀ ହେବା ନିମନ୍ତେ ବାଧ୍ୟତା କରିଥିବା ଦେଖିବାକୁ ମିଳିଥିଲା। ଆଜିର ଏହି କାର୍ଯ୍ୟକ୍ରମ କୁ କାଶୀନଗର ବ୍ଲକ ସଭାପତି ରାମପ୍ରଶାଦ ପଟ୍ଟନାୟକ ଓ ପାର୍ତଡା ପଞ୍ଚାୟତ ର ଲୋକେ ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ