କଂଗ୍ରେସର ପ୍ରତିଷ୍ଠା ଦିବସରେ ଜିଲ୍ଲା ଯୁବ କଂଗ୍ରେସର ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କଂଗ୍ରେସର ନୂତନ ଜିଲ୍ଲା ଯୁବ ସଭାପତି ଭାବେ ସୂର୍ଯ୍ୟ ନାରାୟଣ ପାତ୍ର ମନୋନୀତ ହୋଇଛନ୍ତି । ଓଡିଶା ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଗଜପତି ଜିଲ୍ଲା କଂଗ୍ରେସର ନୂତନ ଜିଲ୍ଲା ଯୁବ ସଭାପତି ଭାବେ ମନୋନୀତ କରିଛନ୍ତି । ଆଜି ଗଜପତି ଜିଲ୍ଲା କଂଗ୍ରେସ କାଯ ର୍୍ୟାଳୟରେ ଆୟୋଜିତ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସରେ ନୂତନ ଜିଲ୍ଲା ଯୁବ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥୀ ଗମାଙ୍ଗ,ପାରଳା ନଗର ସଭାପତି ବସନ୍ତ ପଣ୍ଡା,ବରିଷ୍ଠ ନେତା ଗୋବିନ୍ଦ ପାଢୀ,ଶଙ୍କର ପ୍ରଧାନୀ ପ୍ରମୁଖ ଶ୍ରୀ ପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସେମାନେ କହିଥିଲେ ଯେ, ଶ୍ରୀ ପାତ୍ର ଜଣେ ସୁସଂଗଠକ ଓ ଟାଣୁଆ ଯୁବ ନେତା ଭାବେ ବେଶ୍ ପରିଚିତ । ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ ସମୟ ଧରି ସେ ଦଳ ପାଇଁ ବହୁ କାମ କରି ଆସୁଛନ୍ତି । ତାଙ୍କୁ ନୂତନ ଜିଲ୍ଲା ଯୁବ ସଭାପତି ଭାବେ ତାଙ୍କୁ ମନୋନୀତ କରାଯାଇଥିବାରୁ ଓଡିଶା ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କୁ ଅଶେଷ ଧନ୍ୟବାଦ । ନୂତନ ଜିଲ୍ଲା ଯୁବ ସଭାପତି ଶ୍ରୀ ପାତ୍ରଙ୍କ ଯୋଗୁଁ ଗଜପତିରେ କଂଗ୍ରେସ ଦଳ ନିଶ୍ଚିତ ଉନ୍ନତି କରିବ । ନୂତନ ଯୁବ ସଭାପତି ଭାବେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଦଳ ତାଙ୍କ ଉପରେ ଯେଉଁ ବିଶ୍ୱାସ ରଖି ଦାୟିତ୍ୱ ଦେଇଛି ତାକୁ ସେ ସମ୍ପୂର୍ଣ ଭାବେ ପାଳନ କରିବେ ।ଗଜପତି ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ ଓ ମଜବୁତ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ