କଂଗ୍ରେସର ମଶାଲ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

କୋଦଳା,(ବାପୁନି କୁମାର ମାଲୁ): ରାଜ୍ୟର ମୋହନ ସରକାର ନାରୀ ଓ ଶିଶୁ ସୁରକ୍ଷା ରେ ବିଫଳତା ପ୍ରତିବାଦ ରେ କଂଗ୍ରେସ ପକ୍ଷରୁ ସାରା ରାଜ୍ୟ ରେ ମଶାଲ ଶୋଭାଯାତ୍ରା ପାଇଁ ପି ସି ସି ଡାକରା ଦେଇଛି । ସେଥିପାଇଁ ରବିବାର ଦିନ କୋଦଳା ସ୍ଥିତ ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ଙ୍କ ପୀଠରେ ବରିଷ୍ଠ ନେତା ତଥା ଆଇନଯିବି ଉଦୟ ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା 15 ତାରିଖ ଅପରାହ୍ନରେ ମଶାଲ ଧରି କୋଦଳା ଏନ ଏ ସି ପ୍ରତ୍ୟେକ ସହି ପରିକ୍ରମା କରାଯିବା ପାଇଁ ନିଷ୍ପତି ହୋଇଥିଲା । ସେଥିପାଇଁ କେଉଁଠାରୁ ଆରମ୍ଭ ହେବ,କେତେ ଲୋକ ଆସିବେ, କିପରି ଏହି କାର୍ଯ୍ୟକ୍ରମ କରାଯିବ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ପର୍ଯ୍ୟବେକ୍ଷକ ଭାବେ ମନୋରଞ୍ଜନ ଦଶ,ଦେବକାନ୍ତ ଶର୍ମା, ପୂର୍ବତନ ବିଧାୟକ ପ୍ରାର୍ଥ ସଞ୍ଜୟ ମଣ୍ଡଳ, ପି ସି ସି ସଭ୍ୟ ବୁଲା ଜେନା, କୋଦଳା ଏନ ଏ ସି ପୂର୍ବତନ ଅଧକ୍ଷ ପ୍ରାଥୀ ଗୋପତ ପରିଡା, ସୁଶାନ୍ତ କୁମାର ଗୌଡ଼, କୃଷ୍ଣ ଚନ୍ଦ୍ର ଗିରି, ସୁବାଷ ଚନ୍ଦ୍ର ଜେନା, ପାଣୁ ସାହୁ, ପ୍ରସନ୍ନ କୁମାର ରଥ ପ୍ରଭୁତି ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ