କଂଗ୍ରେସର ମିଶ୍ରଣ ପର୍ବ: ଯୋଗଦେଲେ ଶତାଧିକ କର୍ମୀ
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ତଥା ଯୁବ ନେତା ସ୍ମୃତି ରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ରବିବାର ବନ୍ତ ଜଳ ସେଚନ ଅଫିସ ସମ୍ମୁଖ କଂଗ୍ରେସ କାର୍ଯ୍ୟାଳୟ ଠାରେ ଜାତୀୟ କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତର ଶତାଧିକ କର୍ମୀ ବିଜେଡି ଓ ବିଜେପି ଦଳ ଛାଡି କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଧିରଞ୍ଜନ ପଣ୍ଡା, ଅଶୋକ ଖଣ୍ଡାଇ, ପ୍ରହଲ୍ଲାଦ ସ୍ୱାଇଁ, ଗୌରାଙ୍ଗ ଜେନା, ବିଶ୍ୱଜିତ୍ ବାରିକ, ଶିଶିର ସାହୁ, ଗଣେଣ ଦାସ, ଉତ୍ତମ ରାଉତ, କାଶିନାଥ ଜେନା, ପ୍ରକାଶ ସାହୁ, ବିକ୍ରମ ପଣ୍ଡା, ଜଳଧର ରାଉତ, ସୁରେଶ ରାଉତ, ତପନ ମହାରଣାଙ୍କ ନେତୃତ୍ୱରେ ରାଜେନ୍ଦ୍ରପୁର ପଞ୍ଚାୟତର ବିଭିନ୍ନ ୱାର୍ଡରୁ ଶତାଧିକ କର୍ମୀ କଂଗ୍ରେସରେ ମିଶି ଥିଲେ । ପିସିସି ସଂପାଦକ ସ୍ୱାଇଁ ସମସ୍ତ କର୍ମୀ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ବର୍ତ୍ତମାନ ନିର୍ବାଚନ ପରିପେକ୍ଷୀରେ ନୂଆ କରି କଂଗ୍ରେସରେ ଯୋଗ ଦେଇଥିବା କର୍ମୀ ମାନେ କଂଗ୍ରେସ ସଂଗଠନକୁ ସୁଦୃୃୃୃୃୃଢ କରି ପାରିବେ ବୋଲି ସ୍ୱାଇଁ କହିଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ଭଦ୍ରକର ଲୋକସଭା ଓ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମାନଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ସମସ୍ତ କର୍ମୀ ମାନଙ୍କୁ ସ୍ୱାଇଁ ନିବେଦନ କରିଥିଲେ ।